କଟକ ନିମାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗାଁରେ ୧୪୪ ଧାରା ଜାରି

Published By : Prameya-News7 Bureau | August 27, 2018 IST

କଟକ ନିମାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗାଁରେ ୧୪୪ ଧାରା ଜାରି। ସାମାନ୍ୟ ଘଟଣାକୁ କେନ୍ଦ୍ରକରି ଲଙ୍କାକାଣ୍ଡ ପୋଲିସ ଜିପ ପୋଡି ପରେ ୧୪୪ ଧାରା ଜାରି ହୋଇଛି। ସକାଳୁ ନରେନ୍ଦ୍ରପୁର ଗାଁ ର ଦୁଇ ସ୍କୁଲ ଛାତ୍ରଙ୍କ ମଧ୍ୟରେ ସାମାନ୍ୟ କଥା କଟାକଟି ହୋଇଥିଲା । ଯାହାକୁ କେନ୍ଦ୍ରକରି ବେହେରା ସାହି ଓ କାକୁଡିଆପଡା ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯେଉଁଥିରେ ୭ ଜଣ ଆହତ ହୋଇଥିଲେ । ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି କଟିକଟା-ଜଇପୁର ରାସ୍ତା ଅବରୋଧ କରିଥିଲେ । ଏନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ନେମାଳ ପୋଲିସ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ଉତ୍ୟକ୍ତ ଲୋକେ ପୋଲିସ ଜିପରେ ନିଆଁଲଗାଇ ଦେଇଥିଲେ । ଲୋକଙ୍କୁ ରାସ୍ତାରୁ ହଟାଇବା ପାଇଁ ପୋଲିସ ଲାଠି ଚାଳନା କରିଥିଲେ। ସେଠାରେ ଏବେବି ଉତ୍ତେଜନା ଲାଗି ରହିଛି । ଘଟଣା ଉତେତଜନା ଦେଖି ପୋଲିସ ସେଠାରେ ୧୪୪ ଧାରା ଜାରି କରାଯାଇଛି। ଏବେବି ସେଠାରେ ଉତ୍ତେଜନା ଲାଗି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.