କଟକ ସହରରେ ପ୍ରିପେଡ୍ ମିଟରକୁ ବିରୋଧ, 'ଆମ କଟକ' ସଂଗଠନ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

Published By : Prameya-News7 Bureau | August 25, 2022 IST

କଟକ ୨୫।୦୮: ଟାଟା ପାଓ୍ବାର କମ୍ପାନୀର କଟକ ସହରରେ ପ୍ରିପେଡ୍ ମିଟର ଲଗାଇବା ପଦକ୍ଷେପକୁ ଵିରୋଧ । 'ଆମ କଟକ' ନାମକ ସଙ୍ଗଠନ ପ୍ରିପେଡ୍ ମିଟର ଵ୍ୟଵସ୍ଥା ଗରିବ ଵିରୋଧି ଵୋଲି ଅଭିଯୋଗ କରି ଟାଟା ପାଓ୍ବାର ସୁପରିଣ୍ଟେଡ ଇଞିନିୟରଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି।

{"id":675884,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଟଙ୍କା ଅଭାଵରୁ ଗରିବ ଲୋକଟିଏ ମିଟର ରିଚାର୍ଜ କରିନପାରିଲା, ତେଵେ ତାଙ୍କ ଘର ଅନ୍ଧାର ହେଇଯିଵ ଵୋଲି କହିଛି 'ଆମ କଟକ'। ତେଣୁ ଵିଭାଗ ଵ୍ୟଵସାୟିକ ପ୍ରତିଷ୍ଠାନରେ ପ୍ରିପେଡ୍ ମିଟର ଲଗାଇବା କାମ ଜାରି ରଖୁ କିନ୍ତୁ ଗରିଵଙ୍କ ଘରେ ଏହି ମିଟର ନଲଗାଇଵା ପାଇଁ 'ଆମ କଟକ' ନିଵେଦନ କରିଛି। ଏହା ସହ ଦିଲ୍ଲୀ ସରକାରଙ୍କ ଭଳି ରାଜ୍ୟ ସରକାର ଵିଦ୍ୟୁତ ଶୁଳ୍କ କମ୍ କରିବା ପାଇଁ 'ଆମ କଟକ' ଦାବି କରିଛି।

ସେପଟେ ସୁପରିଣ୍ଟେଡ ଇଞିନିୟର କହିଛନ୍ତି ଯେ, ଵିଦ୍ୟୁତ ଵିଭାଗରେ ଯେଭଳି ସଂସ୍କାର ଚାଲିଛି। ଆଗାମୀ କିଛି ଦିନ ଭିତରେ ଆମ ରାଜ୍ୟରେ ଵିଦ୍ୟୁତ ଵଣ୍ଟନ ଓ ସେଵା ନ୍ୟୁୟର୍କ ସହର ଭଳି ହେଇଯିଵ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.