ନିଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
6/12/2022 at 2:29 PM

କଟକ ୦୬।୧୨ : ନିଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ସୋମବାର ନିଖିଳ ଭାରତ ଗଣତାନ୍ତ୍ରିକ ସମିତି ପକ୍ଷରୁ କଟକ ଜିଲ୍ଲାପାଳଙ୍କ ଅଫିସରେ ଆଗରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଖବର ଅନୁଯାୟୀ, ଖାଉଟି ସାମଗ୍ରୀର ଦର ବୃଦ୍ଧି, ବସ୍ତି ଉଛେଦ ପ୍ରକ୍ରିୟାକୁ ସଂଗଠନ ବିରୋଧ କରିଛି। ଏହାସହିତ ସହରୀ ଲୋକଙ୍କୁ ମାସିକ ୧୫ କେଜି ଚାଉଳ ଦେବା ଏବଂ ନାରୀ ନିର୍ଯ୍ୟାତନା ଉପରେ ରୋକ ଲଗାଇବା ପାଇଁ ଏହି ମହିଳା ସଂଗଠନ ଦାବି କରିଛି। ଆଗାମୀ ଦିନରେ ଏହି ସବୁ ଦାବିର ସମାଧାନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି ।
Related Posts
ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ
28 January 2023