ନେତାଜୀ ଜୟନ୍ତୀ: ନେତାଜୀ ସଂଗ୍ରହାଳୟରେ ସ୍କୁଲ ଦିନର କିଛି ବିରଳ ଫଟୋ, ଚିତ୍ରକଳା ସାଙ୍ଗକୁ ବାଲୁକା କଳା

Published By : Prameya-News7 Bureau | January 22, 2019 IST

କଟକ୨୨|୧: ରାତି ପାହିଲେ ନେତାଜୀ ଜୟନ୍ତୀ । ସେଥିପାଇଁ ଓଡିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟରେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ । କିଏ ରଙ୍ଗ ଦେବାରେ ବ୍ୟସ୍ତ ତ ଆଉ କିଏ ଗ୍ୟାଲେରୀ ସଜାଡିବାରେ ବ୍ୟସ୍ତ । ସଂଗ୍ରାହଳୟ କର୍ମଚାରୀଙ୍କ ହାତକୁ ଫୁରସତ୍ ନାହିଁ । ତେବେ ଚଳିତବର୍ଷ ୧୨ ନମ୍ବର ଗ୍ୟାଲେରୀରେ ନେତାଜୀଙ୍କ ସ୍କୁଲ ଦିନର କିଛି ବିରଳ ଫଟୋ ସ୍ଥାନ ପାଇବ । ଏଥି ସହ ନେତାଜୀଙ୍କ ଉପରେ ବାଲୁକା କଳା ଓ ଚିତ୍ର କରିବାରେ ବ୍ୟସ୍ତ ଶିଳ୍ପୀ । …

{"id":76911}

ସଜେଇ ହେଉଛି କଟକ ଓଡିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ । କିଏ ଗଛରେ ରଙ୍ଗ ଦେଉଛି ତ ଆଉ କିଏ ଗ୍ୟାଲେରୀ ସଜାଡୁଛି । କାରଣ ବୁଧବାର ନେତାଜୀ ଜୟନ୍ତୀ । ନେତାଜୀଙ୍କ ସ୍କୁଲ ଜୀବନ ତଥା ବାଲ୍ୟ ଜୀବନ ଓଡିଶାରେ କଟିଛି । ତେଣୁ ସେସବୁ ସ୍ମୃତି ସାଉଁଟିବାରେ ଲାଗିଛି ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ । ବିଗତ ବର୍ଷରେ ନେତାଜୀଙ୍କ ଆଧ୍ୟାତ୍ମିକ ଗୁରୁ, ତାଙ୍କ ସମ୍ପର୍କିତ ବହି ସଂଗ୍ରହାଳୟରେ ସ୍ଥାନ ପାଇଥିଲା । ଏବର୍ଷ ନେତାଜୀଙ୍କ ପିଲା ଦିନର କିଛି ବିରଳ ଫଟୋ ୧୨ ନମ୍ବର ଗ୍ୟାଲେରୀରେ ସ୍ଥାନ ପାଇବ ।

{"id":76912}

ସେପଟେ ନେତାଜୀଙ୍କୁ ନେଇ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ପ୍ରମୋଦ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରୁଛନ୍ତି । ଏହାଛଡା ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ୧୪ ଜଣ ଚିତ୍ରଶିଳ୍ପୀଙ୍କୁ ନେଇ ଏକ ଚିତ୍ରକଳା ପ୍ରଦର୍ଶିନୀ ଅନୁଷ୍ଠିତ ହେବ । ନେତାଜୀଙ୍କୁ ଯିଏ ଯେମିତି ଜାଣିଛି ସିଏ ସେମିତି ହ୍ବାଇଟ୍‌ କାନ୍‌ଭାସରେ ରଙ୍ଗ ତୂଳୀ ଧରି ରୂପ ଦେବାରେ ବ୍ୟସ୍ତ ।

{"id":76913}

ସଂଗ୍ରହାଳୟର ବଗିଚାରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପାଇଁ ଚଳିତବର୍ଷ ଷ୍ଟିଲ୍ ରେଲିଂର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

{"id":76915}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.