କଟକ ସାଂସଦଙ୍କ ବିଜୟ ସମାବେଶ ବୈଠକ, ଭୋଟ ଦେଇ ଜିତାଇଥିବାରୁ ଜଣାଇଲେ କୃତଜ୍ଞତା

Published By : Prameya-News7 Bureau | June 20, 2024 IST

ଆଠଗଡ ୨୦/୦୬: ଆଠଗଡ଼ର ମହୋତ୍ସବ ପଡ଼ିଆରେ ଆୟୋଜିତ ହୋଇଯାଇଛି କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କ ବିଜୟ ସମାବେଶ ବୈଠକ ବା ସମ୍ବର୍ଦ୍ଧନା ସଭା । 

ଏହି ଅବସରରେ ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗଦେଇ ରାଜ୍ୟ ସରକାରଙ୍କ ଅଳ୍ପଦିନ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ,କଟକ ସଦର ବିଧାୟକ ପ୍ରକାଶ ସେଠୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ଵାଇଁ, କଟକ ଜିଲ୍ଲା ବିଜେପି ସଭାପତି ରାମ ନାରାୟଣ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। 

ଉକ୍ତ ସଭାରେ ନବ ନିର୍ବାଚିତ ସାଂସଦଙ୍କୁ ଆଠଗଡ଼ ବାସୀଙ୍କ ତରଫରୁ ଶୁଭେଚ୍ଛା ସହ ଅଭିନନ୍ଦନ ଦିଆଯାଇଥିଲା । କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ତଙ୍କୁ ଭୋଟ ଦେଇ ବିଜୟ କରାଇଥିବାରୁ ଆଠଗଡ଼ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.