ମାଙ୍କଡ଼ର ନଖରାମି : ଫିଲ୍ମ ଷ୍ଟାଇଲ୍‌ରେ ବାଇକ୍‌ ଉପରେ ବସି ମାଗିଲା ପାନ, ଖାଇଲା ଗୁଟ୍‌ଖା

Published By : Prameya-News7 Bureau | March 06, 2023 IST

କଟକ ୦୬।୦୩ : କଟକରେ ଵୁଲା ମାଙ୍କଡର ଅଜଵ ପସନ୍ଦ। ଫଳ, ମୂଳ ,ପନି ପରିଵାରେ ଆଦୌ ୠଚି ନାହିଁ ଏହି ଵୁଲା ମାଙ୍କଡଟିର। ମାତ୍ର କଡା ପାନ,ଗୁଟଖା,ଵାଦାମ ଆଉ ଥଣ୍ଡା ପାନୀୟରେ ମାଙ୍କଡଟିର ଵେଶ୍ ୠଚି ଦେଖିଵାକୁ ମିଳିଛି । ଏଭଳି ମାଙ୍କଡକୁ ଦେଖିଵା ପାଇଁ ଓ ତାକୁ ପାନ, ଗୁଟଖା ଦେଵା ପାଇଁ ଲୋକଙ୍କ ଭିତରେ ଵେଶ୍ ଆଗ୍ରହ ଦେଖିଵାକୁ ମିଳିଛି।

କଟକରେ ଵୁଲା ମାଙ୍କଡର ଅଜଵ ଖାଦ୍ୟ ନିଶା। ରାଜା ବଗିଚା ଅଞ୍ଚଳରେ ଦୋକାନ ଵାହାରେ ଆସି ଵସିପଡିଥିଲା ଵୁଲା ମାଙ୍କଡଟି । ଵନ୍ଧୁତ୍ବପୂର୍ଣ୍ଣ ସ୍ବଭାଵ ଦେଖି ଧିରେ ଧିରେ ଲୋକମାନେ ତା ପାଖକୁ ଯାଇଥିଲେ। କିଛି ଲୋକ ମାଙ୍କଡଟିକୁ କଦଳୀ, ଵିସ୍କୁଟ, ଆଳୁ,ଟମାଟୋ ଆଦି ଦେଇଥିଲେ ମଧ୍ୟ ମାଙ୍କଡଟି ସେସଵୁ ଗ୍ରହଣ କରିନଥିଲା । ତେଵେ ପାଖରେ ଜଣେ ଵ୍ୟକ୍ତି କଡା ପାନ ପକେଟରୁ ଵାହାର କରିଵାରୁ ମାଙ୍କଡଟି ପାନ ମାଗିଥିଲା। ଵ୍ୟକ୍ତି ଜଣକ କଡା ପାନଟି ଵଢେଇ ଦେଵାରୁ ମାଙ୍କଡଟି ଵେଶ୍ ଆଗ୍ରହର ସହକାରେ ପାନ ଖାଇଥିଲା।

wp:html /wp:html

କେଵଳ ସେତିକିରେ ସରିନି ହନୁ ମାଙ୍କଡଟିର ନଖରାମି। ମାଙ୍କଡଟି ଅସୁସ୍ଥ ଥିଵ ଭାଵି କିଛି ଲୋକ ତାକୁ ପାଣି ପିଇଵାକୁ ଦେଇଥିଲେ।ମାତ୍ର ମାଙ୍କଡଟି ପାଣି ପିଇନଥିଲା।ହେଲେ ଓ ଆର ଏସ୍ ,ଜୁସ୍ ଓ କୋଲ୍ଡ ଡ୍ରିଙ୍କସ୍ କୁ ଵେଶ୍ ଆଗ୍ରହର ସହକାରେ ପିଇଥିଲା ମାଙ୍କଡଟି। ଏହା ସହ ଵାଦମ ସିଝା ଆଉ ଗୁଟଖା ଵି ମାଙ୍କଡଟି ଵେଶ୍ ଆଗ୍ରହ ସହକାରେ ଖାଉଥିବା ଦେଠା ଯାଇଥିଲା।

ମାଙ୍କଡଟିର ଏଭଳି ଅଜଵ୍ ଖାଦ୍ୟ ଅଭ୍ୟାସ ଦେଖିଵାକୁ ଓ ତାକୁ ଖାଇଵାକୁ ଦେଵାକୁ ରାଜା ଵଗିଚା ଅଞ୍ଚଳରେ ଲୋକଙ୍କ ଭିତରେ ଵେଶ୍ ଆଗ୍ରହ ଦେଖିଵାକୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.