WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶକ୍ତି ପୀଠ ମା’ ଗଡ଼ଚଣ୍ଡି ମନ୍ଦିରରେ ଆରମ୍ଭ ହେବ ଷୋଡଶ ଉପଚାର ପୂଜା ଓ ବେଶ, ଚାଲିଛି ଜୋରଦାର ପ୍ରସ୍ତୁତି

3/10/2023 at 6:45 PM

କଟକ ୩।୧୦: ଆସନ୍ତା ୬ ତାରିଖରୁ କଟକର ପୁରାତନ ଶକ୍ତି ପୀଠ ମା’ ଗଡ଼ଚଣ୍ଡି ମନ୍ଦିରରେ ଆରମ୍ଭ ହେବାକୁ ଯାଉଛି ଷୋଡଶ ଦିନାତ୍ମକ ଷୋଡଶ ଉପଚାର ପୂଜା ଓ ବେଶ । ଏଥିପାଇଁ ମନ୍ଦିର ପରିସରରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମା’ଙ୍କ ବେଶ ସହ ଚଣ୍ଡୀପାଠ ୧୬ ଦିନ ପର୍ଯ୍ୟନ୍ତ ହେବା ସହ ଅନ୍ୟସବୁ ପ୍ରସ୍ତୁତି ପାଖାପାଖି ସାରିଥିବା କଥା କହିଛନ୍ତି ପୂଜକ । ଷୋଡଶ ବେଶ ଦେଖିବା ପାଇଁ ଚାହିଁ ବସିଛନ୍ତି ଶ୍ରଦ୍ଧାଳୁ ।

ହଜାର ବର୍ଷର ପୁରୁଣା ସହର କଟକ । ଓଡ଼ିଶାର ପୁରୁଣା ରାଜଧାନୀ । କଳା ସଂସ୍କୃତିର ପ୍ରାଣକେନ୍ଦ୍ର ଐତିହାସିକ କଟକ ମହାନଗରୀର ଦେବୀ ରୂପେ ଖ୍ୟାତ ମା’ ଗଡଚଣ୍ଡୀ । ଆଜକୁ ପ୍ରାୟ ୮ଶହ ବର୍ଷ ତଳେ ଗଡ ଖାଇ ମଧ୍ୟରେ ଯେତେବେଳେ ରାଜାଙ୍କ ଦୁର୍ଗ ରହିଥିଲା ସେହି ସମୟରେ ମା’ ଚଣ୍ଡୀ ରାଜାଙ୍କ କୂଳ ଦେବୀ ଭାବେ ପୂଜା ପାଉଥିଲେ । ବିଶେଷ କରି ମରହଟ୍ଟା ଶାସନ କାଳରେ କଟକ ଚଣ୍ଡୀଙ୍କ ବିଗ୍ରହ ବାରବାଟୀ ଦୁର୍ଗ ପରିସରରେ ପୂଜା ପାଉଥିଲେ । କଳା ପାହାଡ଼ ଆକ୍ରମଣ କାଳରେ ୧୫୬୮ ଖ୍ରୀଷ୍ଟାବ୍ଦରେ ସେଠାରୁ ଦେବୀ ଅପସାରିତ ହୋଇ ଦୁର୍ଗର ଦକ୍ଷିଣ ପାର୍ଶ୍ୱରେ କିଛି ଦୂରରେ ପୂଜା ପାଇଲେ । ଯାହା ବର୍ତମାନର ମା’ କଟକ ଚଣ୍ଡୀ ଭାବେ ବେଶ୍ ପ୍ରସିଦ୍ଧି ଲାଭ କରିଛନ୍ତି । ଯେହେତୁ ଏହା ଏକ ପ୍ରାଚୀନ ଶକ୍ତିପୀଠ ତେଣୁ ଦୁର୍ଗା ପୂଜା ଆସିଲେ ଷୋଡଶ ଉପଚାରରେ ମା’ଙ୍କର ନୀତି ପାଳନ କରାଯାଏ ।

ଯେହେତୁ ଆଉ ମାତ୍ର ହାତ ଗଣତି କିଛି ଦିନ ରହି ଯାଇଛି ଷୋଡଶ ଉପଚାର ପୂଜା ପାଇଁ ତେଣୁ ମନ୍ଦିର ପରିସରରେ ସମସ୍ତ ପ୍ରକାରର ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ମା’ଙ୍କ ମନ୍ଦିର ପରିସରରେ ନୂଆ ରଙ୍ଗ କରାଯାଇଛି ଏହାସହ ସମ୍ପୂର୍ଣ୍ଣ ମନ୍ଦିରର ସଫେଇ, ଆଲୋକ ବ୍ୟବସ୍ଥା ମଧ୍ୟ ଠିକ୍ କରାଯାଉଛି । ବିଶେଷ କରି ଏହି ସମୟରେ ଶ୍ରଦ୍ଧାଳୁମାନଙ୍କର ସମାଗମ ରହିବ ସେଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଅକ୍ଟୋବର ୬ ତାରିଖ ଦିନଠାରୁ ଷୋଡଶ ଉପଚାର ପୂଜା ଓ ବେଶ ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମ ଦିନ ମା’ଙ୍କ ନିଜସ୍ଵ ବେଶ ରହିଛି । ସେହିଭଳି 16 ଦିନ ପର୍ଯ୍ୟନ୍ତ ସୁନା ବେଶ, କମଳା ବେଶ, ସରସ୍ଵତୀ ବେଶ ଆଦି ରହିଥିବା ବେଳେ ଶେଷ ଦିନ ଅର୍ଥାତ ୨୪ ତାରିଖ ଦିନ ବିଜୟା ଦଶମୀ ରହିଥିବାରୁ ମହିଂଶା ମର୍ଦ୍ଧିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା’ ଗଡ ଚଣ୍ଡୀ । ଏହି ୧୬ ଦିନରେ ପ୍ରତ୍ୟେକ ଦିନ ମା’ଙ୍କ ପୂର୍ବ ନିର୍ଦ୍ଧାରିତ ପୂଜା ବିଧି ସହ ଚଣ୍ଡୀ ପାଠ କରାଯିବ ବୋଲି ପୂଜକ କହିଛନ୍ତି । ଏହାସହ ମା’ଙ୍କ ବେଶ ଦେଖିବା ପାଇଁ ଚାହିଁ ବସିଛନ୍ତି ଶ୍ରଦ୍ଧାଳୁ ।

You Can Read :

   Related Posts