ବନ୍ୟା ପରେ ଜଳବନ୍ଦୀ ଅବସ୍ଥାରେ କଟକର ବିଭିନ୍ନ ଅଂଚଳ; ବଢୁଛି ଲୋକଙ୍କ ଦୁର୍ଦ୍ଦଶା
13/10/2018 at 1:31 PM

ଲଗାତର ଦ୍ୱିତୀୟ ଦିନ ପାଇଁ ଜଳବନ୍ଦୀ ଅବସ୍ଥାରେ କଟକର ତିରିଶ ଭାଗ ଅଞ୍ଚଳ…ଶାସନ ପ୍ରଶାସନ ପ୍ରଭାବିତଙ୍କ ପାଖରେ ପହଞ୍ଚୁନଥିବା ଅଭିଯୋଗ….ପ୍ରଭାବିତ ଅଞ୍ଚଳରେ ପିଇବା ପାଣିର ଅସୁବିଧା ଯୋଗୁଁ ବ୍ୟାପିଲା ଝାଡା ବାନ୍ତି…ଖାଇବା ପିଇବା କଥା ଛାଡନ୍ତୁ, ପିଇବା ପାଣି ପାଇଁ ଲୋକେ ଡହଳ ବିକଳ…ଘର ବୁଡି ରହିଥିବାରୁ ଅଧିକାଂଶ ଲୋକ ବ୍ୟବହାର କରିପାରୁ ନାହାଁନ୍ତି ଶୌଚାଳୟ…ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାର ଆଶଙ୍କା….
କଟକର ଅଧିକାଂଶ ତଳିଆ ଅଞ୍ଚଳ ଏବେ ବି ଜଳବନ୍ଦୀ ଅବସ୍ଥାରେ….ଏ ହେଉଛି କଟକ ପୀଠାପୁର ନୂଆସାହି ଓ ଝୋଲା ସାହି ର ଦୃଶ୍ୟ…ବର୍ଷା ହେବାର ୪୮ ଘଣ୍ଟା ପରେ ଏମିତି ଅବସ୍ଥା ରହିଛି ପୀଠାପୁର ଓ ଝୋଲା ସାହି ଅଞ୍ଚଳରେ….ପ୍ରଶାସନ କି ଜନ ପ୍ରତିନିଧି ପ୍ରଭାବିତ ଅଞ୍ଚଳରେ ନପହ଼ଞ୍ଚିବା ଲୋକଙ୍କ ଅସନ୍ତୋଷକୁ ବଢାଇ ଦେଇଛି….ପ୍ରଶାସନ ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ ଦେବା ପାଇଁ ୫୮ ଟି ଫ୍ରି କିଚେନ୍ ଖୋଲିଥିବା କଥା କହୁଥିବା ବେଳେ, ପୀଠାପୁର ଓ ଝୋଲାସାହି ରେ କିନ୍ତୁ ରନ୍ଧା ଖାଦ୍ୟ ଆଉ ଶୁଖିଲା ଖାଦ୍ୟ ପହଞ୍ଚିନଥିବା ଲୋକେ ଅଭିଯୋଗ କରିଛନ୍ତି…ସେପଟେ ପ୍ରଭାବିତ ଅଞ୍ଚଳରେ ପିଇବା ପାଣିର ସମସ୍ୟା ଉତ୍କଟ ହୋଇଛି….
ଝୋଲାସାହି ଓ ପୀଠାପୁରରେ ଅଧିକାଂଶ ପିଇବା ପାଣି ପାଇପ୍ ନର୍ଦ୍ଦମା ପାଣି ଭିତରେ ବୁଡି ରହିଛି…ପାଇପ୍ ଯୋଗେ ପିଇବା ପାଣି ଯୋଗାଣ ମଧ୍ୟ ବ୍ୟାହତ ହୋଇଛି…ତେଣୁ ଲୋକେ ବାଧ୍ୟ ହେଇ ସଂକ୍ରମିତ ପାଣି ପିଉଛନ୍ତି..ଫଳରେ ପୀଠାପୁର ଓ ଝୋଲା ସାହିର କିଛି ଯାଗାରେ ଛୋଟ ଛୋଟ ପିଲା ମାନେ ଝାଡା ବାନ୍ତି ରେ ଆକ୍ରାନ୍ତ ହେଲେଣି….
ଅବସ୍ଥା ଏପରି ହେଇଛି ଯେ, ଏବେ ଯେଉଁ ସବୁ ଯାଗା ଜଳବନ୍ଦୀ ଅବସ୍ଥାରେ ଅଛି, ସେଠାରେ ଲୋକ ମାନେ ଶୌଚାଳୟ ବ୍ୟବହାର କରି ପାରୁ ନାହଁନ୍ତି…ଛୋଟ ଛୋଟ ପିଲା ମାନେ ବାଧ୍ୟ ହେଇ ନର୍ଦ୍ଦମା ପାଣିରେ ହିଁ ଶୌଚ ହେଉଛନ୍ତି…ଫଳରେ ପ୍ରଭାବିତ ଅଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି….ସେପଟେ ଜିଲ୍ଲାପାଳ କହୁଛନ୍ତି ଅବସ୍ଥା ସୁଧାରିବାକୁ ଚେଷ୍ଟା ଚାଲିଛି…ବେଳ ଥାଉଁ ଥାଉଁ ପ୍ରଶାସନ ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାପ୍ତ ପିଇବା ପାଣି ବ୍ୟବସ୍ଥା ନକଲେ ଏବଂ ପରିମଳ ବ୍ୟବସ୍ଥା ନସଜାଡିଲେ ଆଗକୁ ସଂକ୍ରାମକ ରୋଗ ଭୟଙ୍କର ରୂପ ନେଇପାରେ….