ସଂକ୍ରମଣ ବଢିବା ପରେ ତାତିଲେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ, କ୍ୟାମ୍ପସରେ ପରୀକ୍ଷା ବନ୍ଦ ଦାବି

Published By : Prameya-News7 Bureau | July 07, 2022 IST

କଟକ ୦୭/୦୭: କ୍ୟାମ୍ପସରେ ପରୀକ୍ଷା ବନ୍ଦ କରିବାକୁ ଦାବି କରିଛନ୍ତି କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ବିଶ୍ୱବିଦ୍ୟାଳୟରେ ଏକାଧିକ ଶିକ୍ଷକ କରୋନା ପଜିଟିଭ ବାହାରିବା ପରେ ଆଜି ପରୀକ୍ଷା ବର୍ଜନ କରିଛନ୍ତି ଛାତ୍ରଛାତ୍ରୀ । ଫଳରେ ବିଶ୍ୱବିଦ୍ୟାଳୟ ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି ।

ଆଜି ପଞ୍ଚମ ଶେଷ ବର୍ଷର ଛାତ୍ର ଛାତ୍ରୀଙ୍କ ଲେବର ଲ ପେପର ପରୀକ୍ଷା ହେବାକୁ ଥିବାବେଳେ କରୋନା ପଜିଟିଭ ବାହାରିବା ପରେ ଛାତ୍ରଛାତ୍ରୀ ମାନେ ଅନ୍ୟତ୍ର ପରୀକ୍ଷା କରିବା ସହ ଅନ ଲାଇନ୍ ପରୀକ୍ଷା କରିବା ପାଇଁ ଦାବି କରି ପରୀକ୍ଷା ବର୍ଜନ କରିଛନ୍ତି । କିଛି ଦିନ ତଳେ କିଛି ପରୀକ୍ଷା ନିରୀକ୍ଷକ ପଜିଟିଭ ଚିହ୍ନଟ ହୋଇଥିଲେ ଗତ କାଲି ଆଉ ତିନି ଜଣ ଚିହ୍ନଟ ହେବା ପରେ ଛାତ୍ର ଛାତ୍ରୀଙ୍କ ଚିନ୍ତା ବଢ଼ିଯାଇଛି ।

ଆଜି ସାଢ଼େ ଦଶଟାରୁ ଗୋଟାଏ ତିରିଶ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ତେବେ ଏହି ଘଟଣାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.