ଭୁବନେଶ୍ୱର ପରେ ଏବେ କଟକରେ ଖୋଲିବାକୁ ଯାଉଛି ଆଇନକ୍ସ
6/06/2018 at 2:27 PM

ଭୁବନେଶ୍ବର ପରେ କଟକରେ ଖୁବ ଶୀଘ୍ର ଖୋଲିବାକୁ ଯାଉଛି ଆଇନକ୍ସ…ତେବେ ଏହି ଆଇନକ୍ସର ସମସ୍ତ କାର୍ଯ୍ୟ ଶେଷ ହୋଇଥିବା ବେଳେ କେବଳ ଅପେକ୍ଷା ରହିଛି କ୍ଲିୟରାନ୍ସ ସାର୍ଟିଫିକେଟକୁ..ସେଥିପାଇଁ ବୁଧିବାର କମିଶନରେଟ ପୋଲି,ଅଗ୍ନିଶମ ବିଭାଗ,ସିଏମସି, ସିଡିଏ ସମେତ ପିଏଚଡି ଓ ପୂର୍ତ୍ତ ବିଭାଗ ମଧ୍ୟ ସାମିଲ ଥିଲେ… ତେବେ ଏହି ମିଳିତ ଯାଞ୍ଚ ପରେ କ୍ଲିଅରାନ୍ସ ମିଳିବ ବୋଲି କହିଛନ୍ତି ଆଇନକ୍ସ କର୍ତ୍ତୃପକ୍ଷ…ଏହି ଆଇନକ୍ସ ଭିତରେ ରହିଛି ୪ ଟି ହଲ ସମେତ,ସପିଂ ମଲ,ଗେମ ଜୋନ,ଫୁଡ କୋଟ,ତା ସହ କୁନି ପିଲିାଙ୍କ ପାଇ ୭ ଡି ହଲ ସମେତ ମାସାଜ ଥେରାପି… ତେବେ ସହରରେ ଏହା ପ୍ରଥମ ଆଇନକ୍ସ ହୋଇଥିବାରୁ ଭଲ ବ୍ୟବସାୟ ନେଇ ଆଶା ରିଖିଛନ୍ତି ଆଇନକ୍ସ କର୍ତ୍ତୃରପକ୍ଷ….ସେପଟେ ଏଭଳି ହଲ ଚଳଚିତ୍ର ଜଗତ ପାଇଁ ଏକ ଶୁଭ ଖବର ବୋଲି କହଛନ୍ତି ଅଭିନେତା ସବ୍ୟସାଚ୍ଚୀ…
ଆଇନକ୍ସ କିଭଳି ହୋଇଛି ବୋଲି ଦେଖିବା ପାଇଁ ଏବେ ଠାରୁ ଦର୍ଶକ ବୁଲିବା ଆରମ୍ଭ କରି ଦେଲେଣି… ସେଥିପାଇଁ କିଏ ପରିବାର ସହ ତ ଆଉ କିଏ ସାଙ୍କ ସାଥି ମାନଙ୍କ ସହ ଆସି ଘରାଏ ବୁଲି ଦେଇ ଯାଉଛି… ତେବେ ଏକା ସାଙ୍ଗରେ ମୁଭି ଦେଖିବା ସପିଂ କରିବା ଓ ଖିଆ ପିଆ କରିବା ପାଇଁ କଟକ ଲୋକଙ୍କୁ ଭୁବନେଶ୍ବର ଆଉ ଯିବାକୁ ପଡିବ ନାହିଁ ବୋଲି କହିଛନ୍ତି କଟକ ବାସିନ୍ଦା… ତେବେ ଏହି ଆଇନକ୍ସ କଟକର ଏକ ବଡ ମଲ ଭାବେ ପରିଗଣିତ ହେବ ବୋଲି କହିଛନ୍ତି କଟକିଆ…