suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଜିମ୍‌ରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗର ପର୍ଦ୍ଦାଫାସ; ଜାଣନ୍ତୁ କଣ ଥିଲା ପୁରା ଘଟଣା ?

12/03/2023 at 6:54 PM

କଟକ ୧୨/୦୩: ଗତକାଲି କଟକ ମର୍କତନଗର ଥାନାରେ ଜିମ୍ ଭିତରେ ମୃଦୁପାନୀୟରେ ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଏନେଇ ପୀଡ଼ିତା ଜଣଙ୍କ ଗତକାଲି ବା ଶନିବାର ମର୍କତନଗର ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଅନୁସାରେ ଯୁବତୀଙ୍କୁ ଏନର୍ଜି ଡ୍ରିଙ୍କସ୍‌ରେ ନିଶା ଦେଇ ଅଚେତ କରିବା ପରେ ଜିମ୍‌ ମାଲିକ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି। ଏହାସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଏବଂ ଫଟୋ ରେକର୍ଡ କରି ଅଭିଯୁକ୍ତ ଜଣଙ୍କ ବାରମ୍ୱାର ପୀଡ଼ିତାଙ୍କୁ ବ୍ଲାକ୍‌ମେଲ୍‌ କରିବା ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ବୋଲି ଏତଲାରେ ଦର୍ଶାଯାଇଛି।

ଅନ୍ୟପଟେ ଶାରୀରିକ ସମ୍ପର୍କ ନରଖିଲେ କିମ୍ୱା ଏବିଷୟରେ ପୋଲିସ କିମ୍ବା ଅନ୍ୟ କେଉଁଠି ଜଣାଇଲେ ଅଶ୍ଳୀଳ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବ କହି ଯୁବତୀଙ୍କୁ ଅଭିଯୁକ୍ତ ଧମକ ଦେଉଥିଲା ବୋଲି ଜଣାପଡ଼ିଛି। କିନ୍ତୁ ୨୦୨୨ ମାର୍ଚ୍ଚ ୧୬ରେ ଅଭିଯୁକ୍ତ ଜଣଙ୍କ ଦୁଷ୍କର୍ମ କରିଥିବା ଏତଲାରେ କହିଛନ୍ତି ଯୁବତୀ। ସେବେଠାରୁ ସମ୍ପୃକ୍ତ ଫଟୋ ଓ ଭିଡିଓ ଦେଖାଇ ଯୁବତୀଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତ ଶାରିରୀକ ଓ ଆର୍ଥିକ ଶୋଷଣ କରୁଥିଲା ବୋଲି ଯୁବତୀ କହିଛନ୍ତି। ଅଭିଯୋଗକାରିଣୀ ଜଣେ ସଫ୍ଟୱେର ଇଞ୍ଜିନିୟର ବୋଲି ଜଣାପଡ଼ିଛି।

   Related Posts