କଟକ ଦୁର୍ଗାପୂଜାକୁ ନେଇ ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ, ବିଭିନ୍ନ ପୂଜା କମିଟିର ସଦସ୍ୟ ମଧ୍ୟ ଉପସ୍ଥିତ

Published By : Prameya-News7 Bureau | August 28, 2020 IST

କଟକ, ୨୮|୦୮:  କଟକ ଦୁର୍ଗାପୂଜାକୁ ନେଇ କଟକ ପୋଲିସ  କମିଶନରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି ।  ପୋଲିସ କମିଶନର  ସୁଧାଂଶୁ  ଷଡଙ୍ଗୀ, କଟକ ଡିସିପି ପ୍ରତୀକ ସିଂ ସହ ସହରର ସମସ୍ତ ଜୋନ୍  ଏ.ସି.ପି ବୈଠକରେ ଉପସ୍ଥିତ ଅଛନ୍ତି । ଏହା ସହ କଟକ ମହାନଗର ଶାନ୍ତି କମିଟି  ଓ ପୂଜା କମିଟିର ସଦସ୍ୟ ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି ।

 କରୋନା ମହାମାରୀ ସମୟରେ କଟକ ସହରରେ କିଭଳି ପୂଜା ଅନୁଷ୍ଠିତ ହେବ ସେନେଇ ବୈଠକରେ ଆଲୋଚନା ହେବ । ପ୍ରଥମେ କରୋନା ଭାଇରସକୁ ନଜରରେ ରଖି କଟକରେ ଦୁର୍ଗାପୂଜା ହେବ ନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଥିଲା । କିନ୍ତୁ ପରେ ଦୁର୍ଗାପୂଜାକୁ ନେଇ ଆଶା ବଢିଥିଲା । ମଣ୍ଡପରେ ହୋଇପାରିବ ମା’ ଦୁର୍ଗାଙ୍କ ପୂଜା । ପୂଜା କମିଟି ଗୁଡିକ ଭିଡ ନ ଜମାଇ ପୂଜା କରି ପାରିବେ ବୋଲି କଟକ ଜିଲ୍ଲାପାଳ କହିଥିଲେ । ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତିକୁ କଟକ ସହରର ବିଭିନ୍ନ ପୂଜା କମିଟି ସ୍ବାଗତ କରିଥିଲେ ।

କୋଭିଡ୍ ଗାଇଡ୍ ଲାଇନ୍‌କୁ ଦୃଷ୍ଟିରେ ରଖି ଚଳିତ ବର୍ଷ କଟକରେ ଦୁର୍ଗାପୂଜା ହେବ ନାହିଁ ବୋଲି ଜିଲ୍ଲାପାଳ ମଙ୍ଗଳବାର ଦିନ କହିଥିଲେ । ଚଳିତ ବର୍ଷ କୌଣସି ମଣ୍ଡପରେ ଦୁର୍ଗାପୂଜା ହେବ ନାହିଁ ବୋଲି ଜିଲ୍ଲାପାଳ କହିଥିଲେ । କଟକରେ ପୂଜା କଲେ ସହରରେ ସାମାଜିକ ଦୂରତା ରହିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ପୂଜା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ବୁଦବାର ପୁଣି ଜିଲ୍ଲାପାଳ ମଣ୍ଡପରେ ପୂଜାକୁ ଗ୍ରୀନ୍ ସିଗନାଲ୍ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.