କଟକ ଦଶହରା ପାଇଁ ହେଲା ନିୟମ, ଭସାଣୀ ବନ୍ଦ, ମଣ୍ଡପକୁ ଆସିବେନି ଭକ୍ତ

Published By : Prameya-News7 Bureau | August 28, 2020 IST

କଟକ, ୨୮।୦୮:  କଟକ ଦୁର୍ଗାପୂଜାକୁ ନେଇ କଟକ ପୋଲିସ  କମିଶନରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।  ପୋଲିସ କମିଶନର  ସୁଧାଂଶୁ  ଷଡଙ୍ଗୀ, କଟକ ଡିସିପି ପ୍ରତୀକ ସିଂ ସହ ସହରର ସମସ୍ତ ଜୋନ୍  ଏ.ସି.ପି ବୈଠକରେ ଉପସ୍ଥିତ ରହିଥିଲେ । ଏହା ସହ କଟକ ମହାନଗର ଶାନ୍ତି କମିଟି  ଓ ପୂଜା କମିଟିର ସଦସ୍ୟ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।

ଦଶହରା ଆୟୋଜନ ନେଇ ପୋଲିସ ବୈଠକ ଶେଷ ହେବା ପରେ ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ  ସୂଚନା ଦେଇଛନ୍ତି ଯେ,  ଏଥର ଭସାଣି ହେବ ନାହିଁ କି ସାଜସଜ୍ଜା ହେବ ନାହିଁ ।  ଭସାଣି ପାଇଁ ଅନ୍ୟ କିଛି ବ୍ୟବସ୍ଥା କରାଯିବ ପାଇଁ ପ୍ରସ୍ତାବ ଆସିଛି, ତର୍ଜମା ଚାଲିଛି ।  ଅବାଧ ଭାବେ ପୂଜା ମଣ୍ଡପରେ ପୂଜା କରାଯିବ । କେବଳ ପୂଜା କମିଟି ର ସୀମିତ ଲୋକ ପୂଜାରେ  ସାମିଲ ହେବେ । ଚଳିତ ବର୍ଷ ବିଦ୍ଧି ରଖିବା ପାଇଁ ସମସ୍ତ ପୂଜା କାର୍ଯ୍ୟ ହେବ।

ସେ ଆହୁରି କହିଛନ୍ତି ଯେ, ଚଳିତ ଥର ଭକ୍ତ ମଣ୍ଡପ ଆସିବା ନାହିଁ  । ସାମାଜିକ ଦୂରତା ଓ ମସ୍କ ବାଧ୍ୟତା ମୂଳକ କରାଯାଇଛି । ଏବେ ବି ସମସ୍ତ ନିଷ୍ପତ୍ତି କେବଲ ଆଲୋଚନାରେ ସୀମିତ ରହିଛି ।ଏହାକୁ ନେଇ ରାଜ୍ୟ ସରକାର ଙ୍କ ସହିତ ମଧ୍ୟ ଆଲୋଚନା ହେବ । ଏହା ପରେ ନିଷ୍କର୍ସ ନିଆଯିବ ବୋଲି ସେ କହିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.