Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ବାରବାଟୀରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ଲାଗି ପ୍ରସ୍ତୁତିର ସମୀକ୍ଷା କଲେ ଡିସିପି, ଆସନ୍ତା ୫ରୁ ଅନଲାଇନରେ ବିକ୍ରି ହେବ ଟିକେଟ୍

23/11/2019 at 3:35 PM

କଟକ ୨୩।୧୧: ବାରବାଟୀରେ ହେବ ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ । ମ୍ୟାଚ୍ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କଟକ ଡିସିପି ଓ ଓସିଏ କର୍ତ୍ତୃପକ୍ଷ । ଆସନ୍ତା ୧୫ ଦିନ ଭିତରେ ଦିନିକିଆ ପାଇଁ ବାରବାଟୀକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯିବ ବୋଲି ଓସିଏ ସମ୍ପାଦକ କହିଛନ୍ତି । ସେହିପରି ଖେଳାଳିମାନେ ଯେଉଁ ରୁଟ୍ ରେ ଷ୍ଟାଡିୟମକୁ ଆସିବେ ଓ ଯେଉଁ ଗେଟ୍ ଦେଇ ଷ୍ଟାଡିୟମ୍ ଭିତରକୁ ପ୍ରବେଶ କରିବେ ସେଥିପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଡିସିପି । ସେହିପରି ଷ୍ଟାଡିୟମ୍ ଭିତରେ ପିଇବା ପାଣି ଓ ଶୌଚାଳୟର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ପାଇଁ ମଧ୍ୟ ଡିସିପି ଓସିଏ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।

ବାରବାଟୀରେ ହେବାକୁ ଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଡିସିପି । ଓସିଏ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ କଟକ ଡିସିପି ପୁରା ପ୍ରସ୍ତୁତି ଓ ଷ୍ଟାଡିୟମ୍ ଭିତରେ ଏବଂ ବାହାରେ ହେବାକୁ ଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ବିଶେଷ କରି ଖେଳାଳିମାନେ ଷ୍ଟାଡିୟମକୁ ଆସିବା ରୁଟ୍ ର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହୋଇଛି । ଏହାସହ ଖେଳାଳିମାନେ ୧୪ ନମ୍ବର ଗେଟ୍ ଦେଇ ଷ୍ଟାଡିୟମକୁ ପ୍ରବେଶ କରିବାକୁ ଥିବାରୁ ସେହି ଗେଟ୍ ର ସୁରକ୍ଷା ପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ଡିସିପି କହିଛନ୍ତି ।

ବାରବାଟୀ ଷ୍ଟାଡିୟମକୁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରଖାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏହାସହ ଦର୍ଶକମାନଙ୍କ ପାଇଁ ପର୍ଯ୍ୟାପ୍ତ ପିଇବା ପାଣି ଓ ଶୌଚାଳୟର ବ୍ୟବସ୍ଥା କରିବା ପାଇଁ ଡିସିପି ଓସିଏ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।

ସେପଟେ ବାରବାଟୀ ଦିନିକିଆ ପାଇଁ ସମସ୍ତ ପ୍ରସ୍ତୁତି ଆଗାମୀ ୧୫ ଦିନ ଭିତରେ ସରିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି । ଚଳିତ ଥର ଦର୍ଶକମାନେ କିପରି ସହଜରେ ଟିକେଟ୍ କିଣିପାରିବେ ସେଥିପାଇଁ ଓସିଏ ପ୍ରସ୍ତୁତି କରୁଛି ବୋଲି ଓସିଏ ସମ୍ପାଦକ ସୂଚନା ଦେଇଛନ୍ତି । ଅନଲାଇନରେ ଓ କାଉଣ୍ଟରରେ ଦର୍ଶକଙ୍କ ପାଇଁ ପ୍ରାୟ ୨୨ ହଜାର ଟିକଟ୍ ବିକ୍ରି ହେବ ।

ଆସନ୍ତା ୫ ତାରିଖରୁ ବାରବାଟୀ ଦିନିକିଆ ପାଇଁ ଅନଲାଇନରେ ଟିକେଟ୍ ବିକ୍ରି ହେବ । ୧୯ ତାରିଖରେ କାଉଣ୍ଟରରେ ଟିକେଟ୍ ବିକ୍ରି ହେବ । ଚଳିତ ଥର ଟିକେଟ୍ ଦାମ ସହ ଜିଏସଟି ଲାଗୁଥିବାରୁ ଟିକେଟ୍ ରେଟ୍ ସାମାନ୍ୟ ଅଧିକ ରହିବ ବୋଲି ଓସିଏ କହିଛି ।

   Related Posts