ଡିସେମ୍ୱର ୧୦ରୁ କଟକରେ ସାତ ସାହି ନୃତ୍ୟ ଉତ୍ସବ; ବାଲିଯାତ୍ରା ଭଳି ହେବ ଆୟୋଜନ
3/12/2022 at 4:46 PM

କଟକ ୦୩/୧୨: କଟକରେ ଥିବା ଉପର ବାଲିଯାତ୍ରା ପଡ଼ିଆରେ ଆସନ୍ତା ଡିସେମ୍ୱର ୧୦ରୁ କଟକ ସାତ ସାହି ନୃତ୍ୟ ଉତ୍ସବ ଆରମ୍ଭ ହେବ। ଏଥିରେ ୮ଟି ରାଜ୍ୟର କଳାକାରମାନେ ତାଙ୍କ ରାଜ୍ୟର ପାରମ୍ପରିକ ନୃତ୍ୟ ଗୀତ ପରିବେଷଣ କରିବେ। ଏହି ଉତ୍ସବକୁ ବାଲିଯାତ୍ରା ଭଳି ସ୍ମରଣୀୟ କରିବାକୁ ଶନିବାର କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି।
ଏହି ନୃତ୍ୟ ଉତ୍ସବରେ ସ୍ବୟଂ ସହାୟକ ଗୋଷ୍ଠୀ, ସାଧାରଣ ବ୍ୟବସାୟୀ ଓ ହସ୍ତଶିଳ୍ପର ପାଖାପାଖି ୨୧୫୦ଟି ଷ୍ଟଲ ଖୋଲିବାକୁ ନିଷ୍ପତ୍ତି ନିଆଇଛି। ଏହାସହ ପାରମ୍ପରିକ ଖାଦ୍ୟକୁ ନେଇ ସ୍ବତନ୍ତ୍ର ଫୁଡ୍ କୋର୍ଟ ମଧ୍ୟ ଖୋଲିବ। ଏହାସହ ଛୋଟ ପିଲାଙ୍କ ମନୋରଞ୍ଜନ ପାଇଁ ମୀନା ବଜାର ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏହି ନୃତ୍ୟ ଉତ୍ସବ ଡିସେମ୍ବର ୧୦ରୁ ଆରମ୍ଭ ହୋଇ ୧୭ରେ ଶେଷ ହେବ ବୋଲି ଜଣାଯାଇଛି।