ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ ହେବେ ପରବର୍ତ୍ତୀ ପିସିସି ସଭାପତି! କଟକରେ କଂଗ୍ରେସିଆ ଉତ୍ସାହିତ

Published By : Prameya-News7 Bureau | October 31, 2019 IST

କଟକ୩୧|୧୦: ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ପିସିସି ସଭାପତି ପାଇଁ ଚର୍ଚ୍ଚା ହେବାପରେ କଟକ କଂଗ୍ରେସ କର୍ମୀ ଉତ୍ସାହିତ ହୋଇଯାଇଛନ୍ତି। ଦିନକୁ ଦିନ କଂଗ୍ରେସ ଖରାପ ସ୍ଥିତ ଆଡକୁ ଗତି କରୁଥିବା ବେଳେ କୋକିମ୍ ହିଁ କଂଗ୍ରେସର ମଙ୍ଗ ସମ୍ଭାଳି ପାରିବେ ବୋଲି କହିଛନ୍ତି। ସେପଟେ ମୋକିମ କିନ୍ତୁ ଏନେଇ ମୁହଁ ଖୋଲୁନାହାନ୍ତି।….

{"id":177273,"width":582,"height":437}

ରାଜ୍ୟ କଂଗ୍ରେସର ପୁଣି ଥରେ ସେହି ପୁରୁଣା ରୋଗ ବାହାରିଛି। କିଛି ଦିନ ବ୍ୟବଧାନ ପରେ ପିସିସି ସଭାପତି ହଟାଅ ଅଭିଯାନ ଆରମ୍ଭ ହୋଇଛି। ଅବିଭକ୍ତ କଟକ ଜିଲ୍ଲାର କିଛି କଂଗ୍ରେସ ନେତା ଏହାର ନେତୃତ୍ବ ନେଇଛନ୍ତି। କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ସପକ୍ଷରେ ଯୁକ୍ତି ବାଢୁଛନ୍ତି। ଏପରିକି ଦିଲ୍ଲୀ ଯାଇ କଂଗ୍ରେସ ହାଇକମାଣ୍ଡଙ୍କୁ ମଧ୍ୟ ଏକତା କହିବେ ବୋଲି କହିଛନ୍ତି। ଏଭଳି ପରିସ୍ଥିତିରେ କଟକର କିଛି କଂଗ୍ରେସ କର୍ମୀ ମୋକିମଙ୍କୁ ନେଇ ଉତ୍ସାହିତ ହୋଇଛନ୍ତି। ମୋକିମଙ୍କୁ ପିସିସି ସଭାପତି କରାଗଲେ କଂଗ୍ରେସରେ ଉନ୍ନତି ଘଟିବ ବୋଲି ସେମାନେ କହିଛନ୍ତି।

{"id":177274}

ଗତ ନିର୍ବାଚନରେ ରାଜ୍ୟ ତଥା ଦେଶରେ ବିଜେଡି ଓ ବିଜେପି ସପକ୍ଷରେ ହାଓ୍ବା ବୋହୁଥିବା ବେଳେ କଟକ ଭଳି ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ମହମ୍ମଦ ମୋକିମ ଜିତିଛନ୍ତି। ଏପରିକି ଜାତୀୟ ସ୍ତରର କୌଣସି ନେତା ବି ତାଙ୍କ ପାଇଁ ପ୍ରଚାରରେ ଆସିନଥିଲେ। ତେବେ ପିସିସି ସଭାପତିକୁ ନେଇ ହେଉଥିବା ଚର୍ଚ୍ଚା ବିଷୟରେ ସେ ହଁ କିମ୍ବା ନାଁ କିଛି କହିନାହାନ୍ତି। ବରଂ  ସେ ଚୁପ ରହିବାକୁ ପସନ୍ଦ କରିଛନ୍ତି

{"id":177276}

ପିସିସି ସଭାପତି କିଏ ହେବେ ତାହତ କଂଗ୍ରେସ ହାଇକମାଣ୍ଡ ସ୍ଥିର କରିବେ। କିନ୍ତୁ ଯଦି ପରିବର୍ତ୍ତନ ହୁଏ ତାହେଲେ କର୍ମୀଙ୍କ ପସନ୍ଦ ଅନୁସାରେ ମୋକିମ ଏବେ ଆଗ ଧାଡିରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.