ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଟକ ନଗର କଂଗ୍ରେସ ପକ୍ଷରୁ ବିକ୍ଷୋଭ : ବିଜେପି କହିଲା ରାଜ୍ୟ ସରକାରକୁ କୁହନ୍ତୁ ଦର କମାଇବା ପାଇଁ
3/09/2018 at 12:44 PM

କଟକ୩|୯: ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ ।କଟକ ନଗର କଂଗ୍ରେସ ସଭାପତିଙ୍କ ନେତୃତ୍ବରେ ବିକ୍ଷୋଭ କରାଯାଇଛି।ବାଲିକୁଦା ଛକରେ କଂଗ୍ରେସ କର୍ମୀଙ୍କ ରାସ୍ତାରୋକ କରିଛନ୍ତି। କଟକ ଭୁବନେଶ୍ବର ଉଭୟ ପଟେ ଅଟକି ରହିଛି ଶହ ଶହ ଯାନବାହନ ।ବିକ୍ଷୋଭରେ ମହିଳା, ଯୁବ ଓ ଛାତ୍ର କଂଗ୍ରେସ ସାମିଲ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛି।
କଟକ ନଗର କଂଗ୍ରେସର ବିକ୍ଷୋଭ ପ୍ରସଙ୍ଗୀରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି।ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଓ ତୈଳ ଉତ୍ପାଦନକାରୀ ରାଷ୍ଟ୍ରରେ ଅସ୍ଥିରତାର ପ୍ରଭାବ ପଡୁଛି ବୋଲି ସେ କହିଛନ୍ତି।ଏନେଇ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି ଓ ଦର ନିୟନ୍ତ୍ରଣ ପାଇଁ ପ୍ରୟାସ କରୁଛନ୍ତି ।କଂଗ୍ରେସ ଆନ୍ଦୋଳନ ନକରି ତୈଳ ଦର ଉପରେ ଟିକସ କମ କରିବାକୁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାନ୍ତୁ ବୋଲି କଂଗେରସକୁ ସେ ଆହ୍ବାନ ଦେଇଛନ୍ତି।ଏହାକୁ ଜିଏସ୍ଟିରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ କୁହନ୍ତୁ ।କଂଗ୍ରେସ ଶାସିତ ରାଜ୍ୟରେ ଏସବୁକୁ ଜିଏସ୍ଟି ପରିସରଭୁକ୍ତ କରିବାକୁ କଂଗ୍ରେସ କହୁ ବୋଲି ମଧ୍ୟ ସେ କଟାକ୍ଷ କରିଛନ୍ତି।