WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଜ୍ୟବ୍ୟାପୀ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ, କଟକ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

28/09/2023 at 5:47 PM

କଟକ: ସାଇବର ଠକେଇ ଏବେ ରାଜ୍ୟ ପୋଲିସ୍‌ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବରେ ଉଭା ହୋଇଛି। ପ୍ରତ୍ୟେକ ଦିନ ଅନେକ ସାଇବର ଠକେଇ ଅଭିଯୋଗ ହେଉଛି। ଖାଲି ସେତିକି ନୁହେଁ ସେକ୍ସରଷ୍ଟନ, ବ୍ଲାକମେଲିଂ ଭଳି ଅପରାଧ ମଧ୍ୟ ବଢ଼ୁଛି।

ତେବେ ଏହି ସାଇବର ଠକେଇରୁ ଜନସାଧାରଣ କିଭଳି ନିଜକୁ ବଞ୍ଚାଇପାରିବେ ସେନେଇ ରାଜ୍ୟ ପୋଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟ ଆରମ୍ଭ ହୋଇଛି। ଏହି ସଚେତତନା କାର୍ଯ୍ୟକ୍ରମ ସେପ୍ଟେମ୍ବର ୩୦ରୁ ଆରମ୍ଭ ହୋଇ ୨୦ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ।

ଆହୁରି ପଢ଼ନ୍ତୁ: ବଡ଼ଧରଣର ଜିଏସଟି ଠକେଇ, ୮ କୋଟିରୁ ଅଧିକ ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟୀ ଗିରଫ

ଏହି ଅନୁଯାୟୀ କଟକ କମିଶନରେଟ ପୋଲିସ ପକ୍ଷରୁ ଜିଲ୍ଲାରେ ସଚେତନତାକୁ ବ୍ୟାପକ କରାଯିବ। ଏଥିପାଇଁ ବିଭିନ୍ନ ବ୍ୟାଙ୍କର ସହଯୋଗରେ ସ୍କୁଲ, କଲେଜ, ବିଭିନ୍ନ ସାହି କମିଟି, ବିଭିନ୍ନ ବର୍ଗର ଲୋକଙ୍କୁ ସଚେତନ କରାଯିବାନେଇ କହିଛନ୍ତି କଟକ ଡିସିପି ପିନାକ ମିଶ୍ର।

   Related Posts