ପୁରୀ ଅଭିମୁଖେ ଯାତ୍ରୀ ପରିବହନ ନେଇ ଛକାପଞ୍ଝା ବସ୍, ବାଦାମବାଡି ମୁଖ୍ୟ ରାସ୍ତା କଲେ ଅଚଳ

Published By : Prameya-News7 Bureau | July 01, 2022 IST

କଟକ ୦୧/୦୭: ରଥଯାତ୍ରା ପାଇଁ ପୁରୀ ଅଭିମୁଖେ କେଉଁ ବସ ଆଗ ଯିବ, ତାକୁ ନେଇ ଆଜି କଟକରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାତ୍ରୀ ପରିବହନ ନେଇ କଟକ ବସ୍ ମାଲିକ ମାନେ ମନମାନି ଚଳାଇଛନ୍ତି ବୋଲି ଅଭିଯୋଗ ହୋଇଛି । ପରିସ୍ଥିତି ଏପରି ହୋଇଥିଲା ଯେ, ପୋଲିସ ଉପସ୍ଥିତିରେ ମଧ୍ୟ ବାଦାମବାଡ଼ି ମୁଖ୍ୟ ରାସ୍ତାକୁ ଅଚଳ କରିଦେଇଥିଲେ ଗାଡ଼ି ଚାଳକ ମାନେ ।

କିନ୍ତୁ ଘରୋଇ ବସ୍ ମାଲିକ ସଂଘ ସଫେଇ ଦେଇଛି କି, ଯାତ୍ରୀ ନଥିବା କାରଣରୁ ଏଭଳି ସମସ୍ୟା ଦେଖାଦେଇଛି । ଦୈନିକ କଟକ ଏବଂ ପୁରୀ ମଧ୍ୟରେ ୯୭ ଟି ବସ୍ ଗଡିଥାଏ ,ବଟେବେ ରଥଯାତ୍ରା ପାଇଁ କଟକରୁ ୪୮ଟି ସ୍ଵତନ୍ତ୍ର ବସ୍ ଗଡିବା ଲାଗି ଅନୁମତି ଦେଇଛି ପରିବହନ ବିଭାଗ । ଯାହାକୁ ନେଇ ଏହି ଗଣ୍ଡଗୋଳିଆ ପରିସ୍ଥିତି ଉପୁଜିଛି ।

wp:gallery {"linkTo":"none"} /wp:gallery

ପୁରୀ ମାଲିକ ମାନଙ୍କ ବସ୍ ଗୁଡ଼ିକ ଘଣ୍ଟା ଘଣ୍ଟା ଧରି କ୍ୟୁରେ ଥିବା ବେଳେ , କଟକ ମାଲିକ ମାନେ ମନମାନୀ ଚଳାଇଥିବାର ଅଭିଯୋଗ କରିଛନ୍ତି ବସ୍ କର୍ମଚାରୀ । ଏପରିକି ଷ୍ଟାଣ୍ଡ ଭିତରୁ ବସ୍ ବାହାର କରାଇ ଦେଉନଥିବା ଭଳି ମଧ୍ୟ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ତେଣେ କିନ୍ତୁ କଟକ ଘରୋଇ ବସ୍ ମାଲିକ ସଂଘ ସଫେଇ ଦେଇଛି ଯେ, ସରକାରୀ କଟକଣା ହେତୁ ରଥଯାତ୍ରା ପାଇଁ ଯାତ୍ରୀ ନାହାନ୍ତି , ଯାହାକୁ ନେଇ କିଛିଟା ସମସ୍ୟା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.