LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କଟକ BSKY କାର୍ଡ ଜାଲିଆତି ଘଟଣା, ଦୁଇ ନର୍ସିଂହୋମକୁ ସିଲ୍ କଲା ସ୍ୱାସ୍ଥ୍ୟ ବିଭାଗ

1/04/2023 at 10:52 PM

କଟକ: BSKY କାର୍ଡ ଜାଲିଆତି ଘଟଣାରେ କଟକର ଦୁଇଟି ନର୍ସିଂହୋମକୁ ସିଲ୍ କରିଛି ସ୍ବାସ୍ଥ୍ୟ ବିଭାଗ । ଦୁଇ ନର୍ସିଂ ହୋମ ହେଲା କଟକ ନୂଆ ବଜାରରେ ଥିବା ଜେ.ଏମ୍ ନର୍ସିଂହୋମ ଏବଂ ପାଗାର ଶୋଭା ନର୍ସିଂହୋମ ।

ନୂଆ ବଜାରରେ ଥିବା ଜେ.ଏମ୍ ନର୍ସିଂହୋମ ଜାଲିଆତି କରି ବିଏସକେଓ୍ବାଇ କାର୍ଡରେ ରୋଗୀ ଚିକିତ୍ସା କରାଉଥିବା ନଜରକୁ ଆସିଥିଲା। ପୋଲିସରେ ଏନେଇ ଅଭିଯୋଗ ହେବା ପରେ ଅନୁସନ୍ଧାନରୁ ଜଣାପଡିଥିଲା ଯେ ଶୋଭା ହସ୍ପିଟାଲର ବିଏସକେଓ୍ବାଇ ରେଜିଷ୍ଟ୍ରେସନ ଜରିଆରେ ଜେ.ଏମ୍ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ରୋଗୀ ଶୋଭା ହସ୍ପିଟାଲରେ ଚିକିତ୍ସିତ ହେଉଥିବା କାଗଜ କଲମରେ ଦର୍ଶାଯାଉଥିଲା । କିନ୍ତୁ ବାସ୍ତବରେ ଜେ.ଏମ୍ ନର୍ସିଂହୋମରେ ରୋଗୀ ଚିକିତ୍ସା ହେଉଥିଲା। ଏଭଳି କରି ଉଭୟ ନର୍ସିଂହୋମ ପ୍ରାୟ ଦଶ ଲକ୍ଷ ଟଙ୍କାର ବିଲ କରି ନେଇଯାଇଥିଲେ। ଏବାବଦରେ ପୋଲିସ ଶୁକ୍ରବାର ଦୁଇ ଜଣଙ୍କୁ ଗିରଫ କରିଥିଲା। ରବିବାର ସ୍ବାସ୍ଥ୍ୟ ହିଭାଗ ପକ୍ଷରୁ ଚଢ଼ଉ କରାଯାଇ କାଗଜପତ୍ର ଜବତ ସହ ଦୁଇଟି ଯାକ ହସ୍ପିଟାଲକୁ ସିଲ୍ କରିଦିଆ ଯାଇଛି।

   Related Posts