ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ବାରବାଟୀ ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ପାଇଁ ଆଉ ରହିଲା ମାତ୍ର ୨୨ ଦିନ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଷ୍ଟାଡିୟମ୍ ପୁନଃନିର୍ମାଣ କାମ

29/11/2019 at 5:25 PM

କଟକ ୨୯।୧୧: ବାରବାଟୀ ରେ ଆରମ୍ଭ ହେଲା ପୁନଃନିର୍ମାଣ କାମ । ଡିସେମ୍ବର ୨୨ ତାରିଖରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବାରବାଟୀ ପୁନଃନିର୍ମାଣ କାମ ଆରମ୍ଭ କରାଯାଇଛି । ଆଗାମୀ ୧୫ ଦିନ ଭିତରେ ବାରବାଟୀକୁ ଦିନିକିଆ ମ୍ୟାଚ୍ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରିଦିଆଯିବ ବୋଲି ମରାମତି କାମ ନେଇଥିବା କନସଲଟାନ୍ସି ଏଜେନ୍ସି କହିଛି । ସେପଟେ ମ୍ୟାଚ୍ ପରେ ବାରବାଟୀର ବ୍ୟାପକ ଆକାରରେ ପୁନଃନିର୍ମାଣ କାମ କରାଯିବ ବୋଲି ଏଜେନ୍ସି ସୂଚନା ଦେଇଛି ।

ବାରବାଟୀ ଦିନିକିଆ ପାଇଁ ଆଉ ରହିଲା ମାତ୍ର ୨୨ ଦିନ । ଡିସେମ୍ବର ୨୨ରେ ହେବାକୁ ଥିବା ଇଣ୍ଡିଆ-ଓ୍ୱେଷ୍ଟଇଣ୍ଡିଜ୍ ଦିନିକିଆ ପାଇଁ ମୁଖ୍ୟ ପ୍ରତିବନ୍ଧକ ଥିଲା ଫନି ବାତ୍ୟାରେ ଭାଙ୍ଗିରୁଜି ଯାଇଥିଲା ବାରବାଟୀ ଷ୍ଟାଡିୟମ୍ । ଏବେ ନିର୍ମାଣ କନଷ୍ଟ୍ରକସନ୍ କମ୍ପାନୀ ବାରବାଟୀ ମରାମତି କାମ ହାତକୁ ନେଇଛି । ୯୦ ଦିନର କାମକୁ ନିର୍ମାଣ କନଷ୍ଟ୍ରକସନ୍ ୧୫ ଦିନ ଭିତରେ ସାରିବାକୁ ଲକ୍ଷ୍ୟ ରଖିଛି ।

ସେଣ୍ଟ୍ରାଲ ପବ୍ଲିକ୍ ଓ୍ୱାର୍କସ୍ ଡିପାର୍ଟମେଣ୍ଟ ବା ସିପିଡବ୍ଲୁଡି ଗାଇଡ୍ ଲାଇନ୍ ଅନୁସାରେ ବାରବାଟୀ ପୁନଃନିର୍ମାଣ କାମ ଚାଲୁଥିବା ନିର୍ମାଣ କନଷ୍ଟ୍ରକସନ୍ କହିଛି । ନେସନାଲ୍ ବିଲଡିଂ କନଷ୍ଟ୍ରକସନ୍ କର୍ପୋରେସନ୍  ଏହି କାମର ତାଦରଖ କରୁଛି । ପ୍ରଥମେ ମିଡିଆ ବକ୍ସ କାମ ଆରମ୍ଭ କରାଯାଇଛି । ପର୍ଯ୍ୟାୟକ୍ରମେ ଅନ୍ୟ କାମ ଗୁ଼ଡିକ ହେବ । ଏବେ କେବଳ ମ୍ୟାଚ୍ କୁ ନଜରରେ ରଖି ମରାମତି କାମ କରାଯାଉଛି । ମ୍ୟାଚ୍ ସରିବା ପରେ ବାରବାଟୀର କଳେବର ପରିବର୍ତ୍ତନ ପାଇଁ ବ୍ୟାପକ ଆକାରରେ କାମ କରାଯିବ ବୋଲି କନସଲଟାନ୍ସି ଏଜେନ୍ସି କହିଛି ।

ତେବେ ୭ ନମ୍ବର ଗ୍ୟାଲେରୀ ମରାମତି କାମ ବଡ ଆକାରରେ  ମ୍ୟାଚ୍ ପରେ କରାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts