Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜଳବନ୍ଦୀମୁକ୍ତ ହେବ କଟକ-ବାରବାଟୀ ବିଧାନସଭା ନିର୍ବାଚନମଣ୍ଡଳୀ, ଅଣ୍ଟା ଭିଡିଲେ ବିଧାୟକ

13/06/2019 at 8:54 PM

କଟକ ୧୩।୬:  ବର୍ଷା ଦିନେ ହେଲେ ମନେ ପଡେ କଟକର ଜଳବନ୍ଦୀ ସମସ୍ୟା କଥା । ତେବେ ଚଳିତବର୍ଷ କଟକୁ ଜଳବନ୍ଦୀରୁ ମୁକ୍ତ କରିବାରୁ ନିଜେ ଅଣ୍ଟା ଭିଡିଛନ୍ତି ବିଧାୟକ ମହମ୍ମଦ ମୋକିମ୍ । ବାରବାଟୀ-କଟକର ଯେଉଁସବୁ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୁଏ ବିଭାଗୀୟ ଅଧିକାରୀଙ୍କ ସହ ସେସବୁ ଅଞ୍ଚଳକୁ ଯାଇ ନିଜେ ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ

ବାରବାଟୀ-କଟକରେ ଜଳବନ୍ଦୀ ସମସ୍ୟାକୁ ପ୍ରସଙ୍ଗ କରି ନିର୍ବାଚନୀ ବୈତରଣୀ ପାରି ହୋଇଛନ୍ତି ବିଧାୟକ ମୋକିମ୍ । ଆଉ ନିର୍ବାଚିତ ହେବା ପରେ ଏବେ ପ୍ରତିଶ୍ରୁତି ପାଳନର ସମୟ ଆସିଛି । ବର୍ଷାରେ ଯେଭଳି ଲୋକେ ଜଳବନ୍ଦୀ ସମସ୍ୟା ନଭୋଗିବେ ସେଥିପାଇଁ ବିଧାୟକ ଆରମ୍ଭ କରିଦେଇଛନ୍ତି କସରତ୍ । ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଥିବା ଅଞ୍ଚଳ ବୁଲି ନିଜେ ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ । ତାଙ୍କ ସହ ଗସ୍ତ କରିଛନ୍ତି ସିଏମସି ଓ ଜାଇକା ଅଧିକାରୀମାନେ ।

ବିଧାୟକ ମହମ୍ମଦ ମୋକିମଙ୍କ ଏହି ପ୍ରୟାସକୁ ସମର୍ଥନ କରିଛନ୍ତି କଟକିଆ । ଏଥର ଜଳବନ୍ଦୀ ସମସ୍ୟା ସୁଧୁରିବ ବୋଲି ଅନେକ ଆଶା ବି ରଖିଛନ୍ତି । ସେପଟେ କିଛି ଲୋକ ସ୍ଥିତି ସୁଧୁରିବା ନେଇ ଏବେ ବି ସନ୍ଦିହାନ ଅଛନ୍ତି । ସ୍ଥିତି ଅନୁଧ୍ୟାନ ପରେ ବିଧାୟକ ସିଏମସି କମିଶନର, ଜିଲ୍ଲପାଳ ଓ ଆରଡିସିଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି ।

   Related Posts