କଟକରେ ଆଇନଜୀବୀ ପୋଲିସ ବିବାଦକୁ ନେଇ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି
26/10/2018 at 11:55 AM

କଟକ ୨୬/୧୦ : କଟକରେ ଆଇନଜୀବୀ ପୋଲିସ ବିବାଦକୁ ନେଇ ଆନ୍ଦୋଳନ ଜାରି ରଖିଛି ଆଇନଜୀବୀ ସଂଘ । ତେବେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ନା ଆନ୍ଦୋଳନ ପ୍ରତ୍ୟାହାର ହେବ ସେନେଇ ଆଜି ପୁଣିଥରେ ବୈଠକ ବସିବ । ଅପରାହ୍ନରେ ହାଇକୋର୍ଟ ବାର ଆସୋସିଏସନ ପରିସରରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ହେବ । ବିଶେଷ କରି ହାଇକୋର୍ଟ ବାର ସାଧାରଣ ପରିଷଦର ଏହି ବୈଠକ ଅନୁଷ୍ଠିତ ହେବ । ଯେଉଁଥିରେ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ସେପ୍ଟେମ୍ବର ୨୮ ତାରିଖରେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୋଲିସର ମାଡ ମାରିବାର ଅଭିଯୋଗ ହୋଇଥିଲା । ସେହି ଘଟଣାକୁ କେନ୍ଦ୍ର କରି ଆଜି ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆଇନଜୀବୀ ଆନ୍ଦୋଳନ ଜାରି ରଖିଛନ୍ତି । ଅଭିଯୁକ୍ତ ପୋଲିସ କର୍ମୀମାନଙ୍କୁ ଗିରଫ କରିବା ଲାଗି ଅଡି ବସିଛନ୍ତି ଆଇନଜୀବୀ ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023