ଏଥର ୭ ଦିନ ପରିବର୍ତ୍ତେ ୧୦ଦିନ ହେବ ବାଲିଯାତ୍ରା : ତୁଟିଲା ପ୍ଲଟ୍ ବିବାଦ, ଦୋଳି ଟେଣ୍ଡର ପ୍ରସଙ୍ଗରେ ବ୍ୟବସାୟୀ-ପ୍ରଶାସନ ମୁହାଁମୁହିଁ

Published By : Prameya-News7 Bureau | November 08, 2018 IST

କଟକ ୮|୧୧: କଟକର ଐତିହାସିକ ବାଲିଯାତ୍ରା ଏଣିକି ସାତ ଦିନ ପରିବର୍ତ୍ତେ ଦଶ ଦିନ ଚାଲିବ । ଉଭୟ ଜିଲ୍ଲା ପ୍ରଶାସନ ଓ ବାଲିଯାତ୍ରା ବ୍ୟବସାୟୀ ସଂଘ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ପ୍ଲଟ୍ ଦର ଧାର୍ଯ୍ୟ ନେଇ ଜିଲ୍ଲା ପ୍ରଶାସନ ଓ ବ୍ୟବସାୟୀ ସଂଘ ଭିତରେ ଚାଲିଥିବା ଟଣାଓଟରାରେ ବି ଜବନିକା ପଡିଛି । ସେପଟେ କିନ୍ତୁ ଦୋଳି ପାଇଁ ଟେଣ୍ଡର ଡକାଯିବା ପ୍ରକ୍ରିୟାକୁ ବିରୋଧ କରିଛି ବାଲିଯାତ୍ରା ବ୍ୟବସାୟୀ ସଂଘ । ସାତ ଦିନ ନୁହେଁ ଏଣିକି ଦଶ ଦିନ ହେବ ଐତିହାସିକ ବାଲିଯାତ୍ରା । ଉଭୟ ଜିଲ୍ଲା ପ୍ରସାସନ ଓ ବାଲିଯାତ୍ରା ବ୍ୟବସାୟୀ ସଂଘ ଏଭଳି ନିଷ୍ପତ୍ତି ନିଆଯାଇଛି । ବାଲିଯାତ୍ରା ଗୁରୁତ୍ବକୁ ଦୃଷ୍ଟିରେ ରଖି ନିଆଯାଇଛି ଏଭଳି ନିଷ୍ପତ୍ତି । ତେବେ ପ୍ଲଟ୍ ଆବଣ୍ଟନ ପାଇଁ ଗତବର୍ଷ ଯେଉଁ ଦର ଧାର୍ଯ୍ୟ କରାଯାଇଥିଲା ତାହା ବଳବତ୍ତର ରହିବ । ଯାତ୍ରା ଦିନ ବଢୁଥିବାରୁ ବର୍ଗ ଫୁଟ୍ ପ୍ରତି ୨୭ ଟଙ୍କା ହିସାବରେ ଆନୁପାତିକ ଦରରେ ବେପାରୀମାନଙ୍କୁ ରସିଦ କାଟିବାକୁ ପଡିବ ବୋଲି ସୂଚନା ମିଳିଛି ସେପଟେ ଦୋଳିର ଟେଣ୍ଡର ପ୍ରକ୍ରିୟାକୁ ବିରୋଧ କରିଛି ବାଲିଯାତ୍ରା ବ୍ୟବସାୟୀ ସଂଘ । ଟେଣ୍ଡର ହେଲେ ଅସାମାଜିକ ଲୋକଙ୍କ ପ୍ରାଦୁର୍ଭାବ ବଢିବ । ଦୋଳି ଦର ମଧ୍ୟ ବଢିବ । ତେଣୁ ସାଧାରଣ ଲୋକେ ଅଧିକା ପଇସା ଖର୍ଚ୍ଚ କରିପାରିବେ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏଣିକି ବାଲିଯାତ୍ରା ପଡିଆ ଭିଜିଟ୍‌ରେ ପ୍ରଶାସନ ସହ ବ୍ୟବସାୟୀ ସଂଘ ସାମିଲ ହେବ ବୋଲି ଜଣାପଡିଛି । ବାଲିଯାତ୍ରାରେ ସିଟି ଫେଷ୍ଟିଭାଲ୍‌ ହେବନି ବୋଲି କହିଛି ଜିଲ୍ଲା ପ୍ରଶାସନ । ବାଲିଯାତ୍ରା ଚାଲିଥିବା ବେଳେ ବାରବାଟୀ ଷ୍ଟାଡିୟମ୍‌ ପରିସରରେ ୩୦ରୁ ୨ ତାରିଖ ପର୍ଯ୍ୟନ୍ତ ସିଟି ଫେଷ୍ଟିଭାଲ୍ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.