ଚାକିରି ଦେବା ନାଁରେ ଠକୁଥିଲା A 2 Z ସଲ୍ୟୁସନ୍ସ; ଚଢ଼ାଉ କରି ୩ ଯୁବତୀଙ୍କୁ ଗିରଫ କଲା  ପୁଲିସ୍

Published By : Prameya-News7 Bureau | January 08, 2023 IST

କଟକ: ଅଫିସ୍‌ର ନା A 2 Z ସଲ୍ୟୁସନ୍ସ। ଚାକିରି ଆଶାୟୀ ହେବେନି ନିରାଶ। ସମସ୍ତଙ୍କୁ ମିଳିବ ରୋଜଗାର। ଲୋକଙ୍କୁ ଏମିତି ଭୂଆଁ ବୁଲାଉ ଲୁଟୁଥିଲା ଠକ ସଂସ୍ଥା A 2 Z ସଲ୍ୟୁସନ୍ସ। ଏହି ଅଫିସ୍‌ରେ କାର୍ଯ୍ୟ କରୁଥିବା ୩ ଯୁବତୀଙ୍କୁ ଆଜି ଗିରଫ କରିଛି କଟକ ବାଦାମବାଡ଼ି ପୁଲିସ। ଏହି ଯୁବତୀମାନେ ସଂସ୍ଥାରେ କାମ କରି ବହୁ ଲୋକଙ୍କୁ ଠକୁଥିଲେ।

ଗତକାଲି ଏ ଟୁ ଜେଡର ଅରୁଣୋଦୟ ମାର୍କେଟରେ ଥିବା ଏକ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଥିଲା ପୁଲିସ। ପୁଲିସ ଚଢ଼ାଉ ଦେଖି ହଠାତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସେଠାରେ କାମ କରୁଥିବା ଯୁବତୀମାନେ। ଏହାପରେ ଠକେଇ ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରିଛି।

 ଗିରଫ ତିନି ଯୁବତୀଙ୍କ ଠାରୁ ୧୪ ଟି ମୋବାଇଲ ଫୋନ, ବହୁ ନକଲି ଆଇ କାର୍ଡ,ବ୍ୟାଙ୍କ ଡକ୍ୟୁମେଣ୍ଟ ଜବତ କରିଛି ପୋଲିସ। ପୂର୍ବରୁ ଏ ଟୁ ଜେଡ ସଲ୍ୟୁସନ୍ସ ଠକ ସଂସ୍ଥାର ମୂଖ୍ୟ ବିନୟ ଦାସକୁ ଗିରଫ କରି ଚାରି ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା। ଜାରି ରଖିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.