ପଚ୍ଚା ସେଓ ଦେଇ ଠକିଲା ଦୋକାନୀ: ମହିଳାଙ୍କ ଅଭିଯୋଗ ପରେ ବ୍ୟବସାୟଙ୍କୁ ଉଠାଇ ନେଲା ପୁଲିସ୍
16/02/2023 at 4:58 PM

କଟକ: ଦୋକାନରୁ ତାଜା ସେଓ କିଣି ଘରକୁ ଆଣିଲେ ମହିଳା। ହେଲେ ଘରକୁ ଫେରି ଦେଖିଲା ବେଳକୁ ଦୋକାନୀ ସବୁ ପଚ୍ଚା ଫଳ ଦେଇଛି। ଥାନାରେ ଅଭିଯୋଗ ପରେ ଦୋକାନୀକୁ ଉଠାଇ ନେଲା ପୁଲିସ।
କଟକ ବାଦାମବାଡିରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଚହଟାର ଜଣେ ମହିଳା ବାଦାମବାଡ଼ି ବସ୍ ନିକଟରେ ଏକ ଫଳ ଦୋକାନରୁ ସେଓ କିଣିଥିଲେ। ପଇସା ନେବା ପରେ ଫଳ ବ୍ୟବସାୟୀ ମହିଳାଙ୍କ ହାତକୁ ଫଳଭର୍ତି କଳା ଜରିଟି ବଢ଼ାଇ ଦେଇଥିଲେ।
ତେବେ ଘରେ ପହଞ୍ଚି ଜରି ଖୋଲି ଦେଖିବାକୁ ବେଳକୁ ଭଲ ଫଳ ଜାଗାରେ ଥିଲା ଖାଲି ପଚା ଫଳ। ଏହା ଦେଖି ମହିଳା ଜଣଙ୍କ ଆଶ୍ଚର୍ଯ୍ୟ ହେବା ସହ ତୁରନ୍ତ ବାଦାମବାଡି ଥାନାକୁ ଆସି ଫଳ ଦୋକାନୀ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଫଳ ଦୋକାନ ଉପରେ ଚଢାଉ କରିବା ସହ ବ୍ୟବସାୟୀଙ୍କୁ ପିସିଆର୍ ଭ୍ୟାନ୍ରେ ବସାଇ ଥାନାକୁ ଆଣିଛି।