ସରିଲା ପ୍ରାକ୍ ବଜେଟ ବୈଠକ: ଆୟକର କାଟ ସହ ନିଯୁକ୍ତି ପାଇଁ ନୂଆ ଯୋଜନା ନେଇ ଆରମ୍ଭ କରିବାକୁ ଦାବି

Published By : Prameya-News7 Bureau | November 28, 2022 IST

ନୂଆଦିଲ୍ଲୀ: ୨୦୨୩ ଫେବ୍ରୁଆରୀ ୧ ତାରିଖରେ ସଂସଦରେ ଆଗତ ହେବ ବଜେଟ୍। ଏଥିପାଇଁ ବଜେଟ ପୂର୍ବ ବୈଠକର ଆୟୋଜନ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନଭେବମ୍ବର ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି ବୈଠକ ଆଜି ଶେଷ ହୋଇଛି। ଦେଶର ଶିଳ୍ପପତି, ପରିବେଶ ବିତ, ଉଦ୍ୟୋଗ ଏକ୍ସପର୍ଟ ଆଦି ବିଭିନ୍ନ ବିଭାଗର ବ୍ୟକ୍ତିବିଶେଷଙ୍କୁ ନେଇ ହୋଇଥିବା ଏହି ବୈଠକରେ ବଜେଟ ସମ୍ପର୍କିତ ମତ ଲୋଡ଼ିଥିଲେ ଅର୍ଥମନ୍ତ୍ରୀ ସୀତାରମଣ।

ତେବେ ପୂରା ବୈଠକରେ ନିର୍ଦ୍ଦିଷ୍ଟ ସଂସ୍ଥା ଓ ବ୍ୟକ୍ତିଙ୍କ ଆୟକର ଛାଡ଼, ନିଯୁକ୍ତି ସୃଷ୍ଟି ପାଇଁ କାର୍ଯ୍ୟକ୍ରମର ଆରମ୍ଭ କରିବା। ଅର୍ଥନୀତିକୁ ବଳ ଦେବାକୁ ହେଲେ ଖର୍ଚ୍ଚରେ ବୃଦ୍ଧି ଓ ନିର୍ଦ୍ଦିଷ୍ଟ ଇଣ୍ଡଷ୍ଟ୍ରୀ ପାଇଁ ପ୍ରୋତ୍ସାହନ ରାଶି ଦେବା ଆଦି ସାଧାରଣ ଦାବି ହୋଇଥିଲା। ନଭେମ୍ବର ୨୧ ତାରିଖରୁ ଆରମ୍ଭ ହୋଇଥିବା ପ୍ରାକ୍ ବଜେଟ ବୈଠକ ୮ ରାଉଣ୍ଡ ଚାଲିବା ପରେ ଆଜି ଅର୍ଥନୀତି ବିଶେଷଜ୍ଞଙ୍କ ସହ ଆଲୋଚନା କରି ଶେଷ ହୋଇଛି।

ଏହି ବୈଠକରେ ବିଭିନ୍ନ ବିଭାଗର ବିଶେଷଜ୍ଞମାନେ ଅର୍ଥମନ୍ତ୍ରୀଙ୍କୁ ଆସନ୍ତା ବଜେଟ୍‌ ନେଇ ଅନେକ ନୂଆ ନୂଆ ଉପାୟ ବତାଇଛନ୍ତି। କ୍ଷୁଦ୍ର ଓ ଲଘୁଉଦ୍ୟୋଗ(MSME) ପାଇଁ ଗ୍ରୀନ ସାର୍ଟିଫିକେସନ୍ ପ୍ରଣାଳୀ, ସହରାଞ୍ଚଳ ନିଯୁକ୍ତି ପ୍ରତିଶ୍ରୁତି କାର୍ଯ୍ୟକ୍ରମ, ନିର୍ଦ୍ଦିଷ୍ଟ ସଂସ୍ଥା ଓ ବ୍ୟକ୍ତିଙ୍କର ଆୟକର କୋହଳ ବ୍ୟବସ୍ଥା ଆଦି ପ୍ରସ୍ତାବ ଦିଆଯାଇଛି।  

ତା ସହିତ ଘରୋଇ ରପ୍ତାନୀ ଶୃଙ୍ଖଳକୁ ପ୍ରୋତ୍ସାହନ ପାଇଁ ଯୋଜନା, ଇଲେକ୍ଟ୍ରିକ୍ ଗାଡ଼ି ଉପରେ କର ହ୍ରାସ, ନୂଆ ଇଭି ପଲିସିର ପ୍ରଚଳନ, ଭାରତକୁ ଗ୍ରୀନ ହାଇଡ୍ରୋଜେନ୍‌ର ଉତ୍ସ ଭାବେ ପ୍ରୋତ୍ସାହନ ଦେବା, ଇଏସ୍‌ଆଇ ଅଧିନରେ ଅଣସଂଗଠିତ ଶ୍ରମିକଙ୍କ ସୁବିଧା ଆଦି ପ୍ରସ୍ତାବ ଦିଆଯାଇଛି।

.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.