ପୂର୍ବତନ ବ୍ଲକ୍ ଅଧ୍ୟକ୍ଷଙ୍କ ହତ୍ୟା ଘଟଣା ; ପୋଖରୀରୁ ମିଳିଲା କଟା ହାତ, ଆଜି ବି ବନ୍ଦ ରହିଛି ଧକୋଠା ବଜାର

Published By : Prameya-News7 Bureau | March 27, 2019 IST

ଆନନ୍ଦପୁର ୨୭|୩ :  ଆନନ୍ଦପୁର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କୁ ହତ୍ୟା ପ୍ରତିବାଦରେ ଆଜି ଦ୍ବିତୀୟ ଦିନରେ ଧକୋଠା ବଜାର ବନ୍ଦ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବଜାର ବନ୍ଦ କରିଛନ୍ତି ବଜାର ବ୍ୟବସାୟୀ ସଂଘ ।

ତେବେ ମୃତ ରାମଚନ୍ଦ୍ର ବେହେରାଙ୍କ କଟା ହାତ ବ୍ରାହ୍ମଣୀବେଦୀ ମଠ ନିକଟ ପୋଖରୀରୁ ମିଳିଛି । ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ ଜାରି ରଖିଛି ।

{"id":97313}

ସୂଚନାଯୋଗ୍ୟ ଯେ, ରାଜନୈତିକ ଶତୃତାକୁ କେନ୍ଦ୍ର କରି ସୋମବାର ବିଳମ୍ବିତ ରାତିରେ ରାମଚନ୍ଦ୍ର ବେହେରାଙ୍କୁ ଘରୁ ଡାକି ନେଇ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରି କଟୁରୀ, କତା, ଗୋଟିଏ ବାଇକ୍ ଜବତ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.