ବ୍ୟାଙ୍କ୍‌ରୁ ମିଳୁନି ଟଙ୍କା, ଏସ୍‌ବିଆଇ ଶାଖାରେ ତାଲା ପକାଇଲେ ଉପଭୋକ୍ତା

Published By : Prameya-News7 Bureau | June 29, 2022 IST

ନୂଆପଡା ୨୯।୬: ଉପଭୋକ୍ତା ବ୍ୟାଙ୍କରେ ଟଙ୍କା ଜମା କରିଥିଲେ ହେଲେ ଦରକାର ବେଳକୁ ତାଙ୍କୁ ବ୍ୟାଙ୍କରୁ ମିଳୁନି ଟଙ୍କା । ୧୦ ଦିନରୁ ଅଧିକ ହୋଇଯାଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ନୂଆପଡା ଜିଲ୍ଲା କୋମନା ଷ୍ଟେଟ ବ୍ୟାଙ୍କ ଶାଖାରେ ତାଲା ପକାଇ କର୍ମଚାରୀମାନଙ୍କୁ ବନ୍ଦ ରଖିଛନ୍ତି ।

ଆଉ ଦିନକ ପରେ ରଥଯାତ୍ରା । ନୂଆଖାଇ ଭଳି ରଥଯାତ୍ରାରେ ମଧ୍ୟ ନୂଆ ଜାମା କିଣି ଆନନ୍ଦ ଉଲ୍ଲାସର ସହ ଲୋକେ ରଥଯାତ୍ରାଟିକୁ ପାଳନ କରିଥାନ୍ତି । ଲୋକେ କଷ୍ଟ ଉପାର୍ଜିତ ଟଙ୍କାକୁ ଅଧିକ ଖର୍ଚ୍ଚ ଏବଂ ଚୋର ଭୟରେ ବ୍ୟାଙ୍କରେ ଗଚ୍ଛିତ ରଖିଥିବା ବେଳେ ଦରକାର ବେଳକୁ ବ୍ୟାଙ୍କ କର୍ମଚାରୀ ଟଙ୍କା ନଥିବା କହୁଛନ୍ତି । ଏପଟେ ଏଟିଏମରେ ମଧ୍ୟ ଟଙ୍କା ଭର୍ତ୍ତି କରୁନାହାନ୍ତି । କୋମନାଠାରେ କ୍ୟାସ ଡିପୋଜିଟ ମେସିନ ଲାଗିଥିବା ବେଳେ କେହି ଡିପୋଜିଟ କଲେ ଟଙ୍କା ଉଠାଣ ହୋଇ ପାରିବ ବୋଲି ପ୍ରତି ଉତ୍ତର ରଖୁଥିବା କହୁଛନ୍ତି ଉପଭୋକ୍ତା । ଯେଉଁଥି ପାଇଁ ବୁଧବାର ଦିନ ଗୋଟାଏରୁ କୋମନା ଷ୍ଟେଟ୍ ବ୍ୟାଙ୍କ ଶାଖାକୁ ଉପଭୋକ୍ତାମାନେ ତାଲା ବନ୍ଦ କରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.