ବାକି ଦେବାକୁ ଦୋକାନୀ ମନା କରିବାରୁ ରାତିରେ ଦୋକାନ ଘରକୁ ପୋଡିଦେଲା ଗ୍ରାହକ!
15/07/2019 at 12:39 PM

ପାରାଦୀପ୧୫|୭: ଦୋକାନ ରୁ ବାକି ମାଗିବା ନେଇ ଦୁହିଁଙ୍କ ଭିତରେ ଗଣ୍ଡଗୋଳ ପରେ ବିଳମ୍ବିତ ରାତିରେ ଦୋକାନ ଘର ପୋଡ଼ି ଦେଇ ଥିବା ଅଭିଯୋଗ ହୋଇଛି ।କୁଜଙ୍ଗ ଉପକଣ୍ଠ ତାଳଦଣ୍ଡା ବଜାରରେ ଘଟିଛି ଘଟଣା ।କୁଜଙ୍ଗ ପୋଲିସ ର ତଦନ୍ତ ଆରମ୍ଭ କରିଛି ।

କୁଜଙ୍ଗ ବ୍ଲକ ମଲାସାହୀ ପଞ୍ଚାୟତ ର ରମେଶ ମହାନ୍ତି ନାମକ ଜଣେ ବ୍ୟକ୍ତି ଦିର୍ଘ ଦିନ ହେବ ତାଳଦଣ୍ଡା ବଜାର ରେ ଏକ ଭେରାଇଟି ଷ୍ଟୋର ଦୋକାନ କରି ବ୍ୟବସାୟ କରି ଆସୁଛନ୍ତି। ଗତକାଲି ସଂଧ୍ୟା ସମୟରେ ସାହାରାଡିଆ ଗ୍ରାମର ବିଜୟ ମଲ୍ଲିକ ନାମକ ବ୍ୟକ୍ତି ଦୋକାନକୁ କିଛି ଜିନିଷ କିଣିବା ସହ ବାକି ନେବା ପାଇଁ ବିଜୟ କୁ କହିଥିଲେ। ବିଜୟ ବାକି ଦେବାରୁ ମନା କରି ବାରୁ ଦୁହିଁଙ୍କ ଭିତରେ ପାଟିତୁଣ୍ଡ ହୋଇ ଥିଲା।

ତେବେ ବିଳମ୍ବିତ ରାତିରେ ରମେଶଙ୍କ ଦୋକା କୁ ବିଜୟ ପୋଡ଼ି ଦେଇଥିବା ଅଭିଯୋଗ କରିଛନ୍ତି କାରଣ ବିଜୟ ମଲ୍ଲିକ ରମେ କୁ ଧମକ ମଧ୍ୟ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି । ଏହି ସଂକ୍ରାନ୍ତରେ କୁଜଙ୍ଗ ଥାନାରେ ଏତଲା ଦିଆଯାଇଥିଲା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଦୋକାନ ଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇ ଯାଇ ଥିବା ଦେଖିବାକୁ ମିଳିଛି।