କଣ ହ୍ରାସ ପାଇବ ଆଇପିଏଲ ମ୍ୟାଚ୍ ? ୭ଟି ବିକଳ୍ପ ଉପରେ ଫ୍ରାଞ୍ଚାଇଜି ଓ ବିସିସିଆଇ ମଧ୍ୟରେ ଆଲୋଚନା

Published By : Prameya-News7 Bureau | March 14, 2020 IST

ମୁମ୍ବାଇ ୧୪।୦୩: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କରୋନା ଭୂତାଣୁ କାରଣରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)କୁ ଦୁଇ ସପ୍ତାହ ଅର୍ଥାତ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ଗତକାଲି ଏହି ବଡ ନିଷ୍ପତ୍ତି ପରେ ଆଜି ଆଠ ଫ୍ରାଞ୍ଚାଇଜି ଦଳର ମାଲିକ ସହିତ ବିସିସିଆଇର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମ୍ୟାଚ୍ ସଂଖ୍ୟା କମ କରିବା ନେଇ ଆଲୋଚନା ହୋଇଥିବା କୁହାଯାଉଛି। ଅନ୍ୟପଟେ ବିସିସିଆଇ କରୋନାର ପ୍ରକୋପକୁ ଧ୍ୟାନରେ ରଖି ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ଶୃଙ୍ଖଳାକୁ ମଧ୍ୟ ବାତିଲ୍ କରି ସାରିଛି।

{"id":238292,"sizeSlug":"large"}
wp:core-embed/twitter {"url":"https://twitter.com/iamsrk/status/1238727324733857793?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fsports%2Fcricket%2Fcricket-news%2Fcurtailed-ipl-among-7-options-discussed-at-franchise-owners-meeting-says-bcci-source%2Farticleshow%2F74625428.cms","type":"rich","providerNameSlug":"twitter","className":""}
https://twitter.com/iamsrk/status/1238727324733857793?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fsports%2Fcricket%2Fcricket-news%2Fcurtailed-ipl-among-7-options-discussed-at-franchise-owners-meeting-says-bcci-source%2Farticleshow%2F74625428.cms
/wp:core-embed/twitter

ବିସିସିଆଇର ଜୈନକ ଅଧିକାରୀ ଗୋପନୀୟତା ସର୍ତ୍ତ ଆଧାରରେ କହିଛନ୍ତି ଯେ, ଦଳର ମାଲିକ  ଓ ବିସିସିଆଇ ମଧ୍ୟରେ ବୈଠକ ସମୟରେ  ସାତୋଟି ବିକଳ୍ପ ଉପରେ ଆଲୋଚନା କରାଯାଇଛି। ଏଥିରେ ଆଇପିଏଲ ସଂଖ୍ୟା ହ୍ରାସ କରିବା ନେଇ ମଧ୍ୟ ସାମିଲ। ଉଲ୍ଲେଖଯୋଗ୍ୟ, ଭାରତରେ କରୋନା ଭୂତାଣୁ କାରଣରୁ ଦୁଇ ଜଣଙ୍କ ପ୍ରାଣହାନୀ ଘଟି ସାରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୮୧ ରେ ପହଞ୍ଚିଛି।

ଏହା ପରେ ସରକାର ଦେଶର ଅନେକ କ୍ରୀଡା ଆୟୋଜନକୁ ବନ୍ଦ ଥିବା ଖାଲି ଷ୍ଟାଡିୟମରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଏବେ ଅନେକ କ୍ରୀଡାର ଆୟୋଜନ ଖୋଲା ଷ୍ଟାଡିୟମରେ ମଧ୍ୟ ଖେଳାଯାଉଥିବା ବେଳେ ଅନେକ ଆୟୋଜନ ବାତିଲ କରାଯାଇଛି।

wp:core-embed/twitter {"url":"https://twitter.com/iamsrk/status/1238726308797886464?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fsports%2Fcricket%2Fcricket-news%2Fcurtailed-ipl-among-7-options-discussed-at-franchise-owners-meeting-says-bcci-source%2Farticleshow%2F74625428.cms","type":"rich","providerNameSlug":"twitter","className":""}
https://twitter.com/iamsrk/status/1238726308797886464?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fsports%2Fcricket%2Fcricket-news%2Fcurtailed-ipl-among-7-options-discussed-at-franchise-owners-meeting-says-bcci-source%2Farticleshow%2F74625428.cms
/wp:core-embed/twitter

କୋଭିଡ-୧୯ କାରଣରୁ ସମଗ୍ର ବିଶ୍ଵରେ ୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଛି। କିଙ୍ଗ୍ସ ଇଲେଭେନର ସହ ମାଲିକ ନେସ୍ ଓ୍ଵାଡିଆ କହିଛନ୍ତି ଯେ, ବିସିସିଆଇ, ଆଇପିଏଲ ଓ ପ୍ରସାରଣକର୍ତ୍ତା ଷ୍ଟାର ସ୍ପୋର୍ଟ୍ସ ସ୍ପଷ୍ଟ କରିଛି ଯେ, ଆମେ ଆର୍ଥିକ କ୍ଷତି ବିଷୟରେ ସଂପ୍ରତି ଚିନ୍ତା କରିନୁ।

ଅପରପକ୍ଷେ କୋଲକାତା ନାଇଟ୍ ରାଇଡର୍ସର ସହ ମାଲିକ ତଥା ବଲିଉଡ ଅଭିନେତା ଶାହରୁଖ ଆଶା ପ୍ରକାଶ କରିଛନ୍ତି ଯେ, ଏହି ମାରାତ୍ମକ ଭୂତାଣୁର ପ୍ରଭାବ ସମାପ୍ତ ହେବ ଏବଂ ପୁଣି ଥରେ ଖେଳ ଆରମ୍ଭ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.