ସାବଧାନ! ନିଜ ମୋବାଇଲ ପାଇଁ କେବେ ବାଛନ୍ତୁ ନାହିଁ ଏହି ଭୟଙ୍କର ନମ୍ବର … ହୋଇପାରେ ମୃତ୍ୟୁ
9/08/2019 at 3:57 PM

ଏମିତି ଅନେକ ସ୍ଥାନ ଅଛି ଯାହାକୁ ହଣ୍ଟେଡ୍ କୁହାଯାଏ। ଲୋକେ ଏଭଳି ସ୍ଥାନକୁ ଯିବା ପାଇଁ ଭୟ କରନ୍ତି। ଘର, ହୋଟେଲ, ବଙ୍ଗଳା, ଜଙ୍ଗଲରେ ଭୂତ ପ୍ରେତ ଦେଖା ଦେବା ବିଷୟରେ ସମସ୍ତେ ଶୁଣିଥିବେ। ହେଲେ ମୋବାଇଲ ନମ୍ବରରେ ଭୂତ ଥିବା ବିଷୟରେ କେହି ଶୁଣିନଥିବେ। ତେବେ ଏମିତି ଏକ ବିଷୟ ସାମ୍ନାକୁ ଆସିଛି । ଏହା ଜାଣିବା ପରେ ନୂଆ ମୋବାଇଲ ନମ୍ବର ନେବା ପୂର୍ବରୁ ଆପଣ ୧୦୦ଥର ଭାବିବେ ।

ଏହା ଶୁଣିଲେ ଅଧିକାଂଶ ଲୋକେ ବିଶ୍ବାସ କରିବେ ନାହିଁ କିନ୍ତୁ ଏହା ସତ। ଏମିତି ଏକ ମୋବାଇଲ ନମ୍ବର ରହିଛି ଯାହା କିଣିଲେ ଲୋକଙ୍କ ମୃତ୍ୟୁ ହେଉଛି। ଏଭଳି ତିନି ଚାରୋଟି ଘୋଣା ଘଟିବାପରେ ଏହି ନମ୍ବରକୁ ନେଇ ସମସ୍ତେ ସତର୍କ ହେଉଥିବା ଦେଖିବାକୁ ମିଳିୁଛି। ସୋସିଆଲ ମିଡିଆରେ ଏହି ନମ୍ବର ନେଇ ଜୋରସୋର ଚର୍ଚ୍ଚା ଚାଲିଛି।

ସୂଚନାଯୋଗ୍ୟ ଯେ, ଏହି ମୋବାଇଲ ନମ୍ବର ଅତୀତରେ ଯେତିକି ଜଣ ବ୍ୟବହାର କରିଛନ୍ତି ସେମାନଙ୍କ ମୃତ୍ୟୁ ହୋଇସାରିଛି। ଫଳରେ ଏହି ନମ୍ୱରକୁ ପ୍ରେତାତ୍ମା ନମ୍ୱର ବୋଲି କୁହାଯାଉଛି। ବୁଲଗେରିଆରେ ଘଟୁଥିବା ଏହି ମାମଲା ଏବେ ସାମ୍ନାକୁ ଆସିଛି। ସର୍ବପ୍ରଥମେ ଏହି ନମ୍ବରକୁ ମୋବିଟେଲର ସିଇଓ କିଣିଥିଲେ। କମ୍ପାନୀର ସିଇଓ ୱାଲଦମୀର ଗେସନୋୱ ୦୮୮୮୮୮୮୮୮୮ ନମ୍ବରର ପ୍ରଥମ ଗ୍ରାହକ ଥିଲେ । ୨୦୦୧ ମସିହାରେ କ୍ୟାନସରରେ ୱଲଦମୀରଙ୍କ ମୃତ୍ୟୁ ହୋଇଥିଲା। ରିପୋର୍ଟ ଅନୁସାରେ କ୍ୟାନସର କାରଣରୁ ମୃତ୍ୟୁ ହୋଇଥିବା ଗୁଜବ ବୋଲି କୁହାଯାଇଥିଲା। ମୃତ୍ୟୁର କାରଣ ଅନ୍ୟ କିଛି ଥିଲା। ଏହି ମୋବାଇଲ ନମ୍ବର କାରଣରୁ ତାଙ୍କ ମୃତ୍ୟୁ ହୋଇଥିଲା ବୋଲି ଅନେକେ କହିଥିଲେ।

ଏହି ନମ୍ବରୁ ଆସୁଥିବା କଲ୍ ରିସିଭ୍ କରୁଥିବା ବ୍ୟକ୍ତି ମଧ୍ୟ ଅସୁବିଧାର ଶିକାର ହୋଇଥାନ୍ତି । ଏହି ନମ୍ବର ହେଉଛି୦୮୮୮୮୮୮୮୮୮ । ସିଇଓ ୱଲଦମୀରଙ୍କ ପରେ ଡିମେତ୍ରୋବ ନାମକ ଜଣେ ବ୍ୟକ୍ତି ଏହି ନମ୍ବର ବ୍ୟବହାର କରୁଥିଲେ। ସେ ଜଣେ ଡ୍ରଗ ଡିଲର ଥିଲେ। ଏହି ନମ୍ବର ବ୍ୟବହାର କରିବାର କିଛି ଦିନ ପରେ ୨୦୦୩ ମସିହାରେ ଡିମେତ୍ରୋବଙ୍କ ମୃତ୍ୟୁ ହୋଇଥିଲା। ଜଣେ ରସିୟାନ ମାଫିଆ ତାଙ୍କୁ ହତ୍ୟା କରିଥିଲା।

ଏହା ସମ୍ପୂର୍ଣ୍ଣ କାକତାଳିକ ଘଟଣା ହୋଇପାରେ । ଏହାକୁ ଅନ୍ଧବିଶ୍ବାସ ବୋଲି ମଧ୍ୟ କୁହାଯାଇପାରେ । ତେବେ ଜଣେ ସାଂଖ୍ୟଶାସ୍ତ୍ରବିତ୍ ଙ୍କ ମତରେ ଏକା ସଂଖ୍ୟା ବିଶିଷ୍ଟ ଧାଡିଏ ସଂଖ୍ୟା କେତେକ କ୍ଷେତ୍ରରେ ଭାଗ୍ୟକାରକ ହୋଇଥିବା ବେଳେ ଆଉ କେତେକ କ୍ଷେତ୍ରରେ ମୃତ୍ୟୁ କାରକ ହୋଇଥାଏ ।ତେଣୁ ଯେ କୌଣସି କଥା ପାଇଁ ଏକା ସଂଖ୍ୟା ବିଶିଷ୍ଟ ଧାଡିଏ ନମ୍ବର ବାଛିବାବେଳେ ସାଂଖ୍ୟଶାସ୍ତ୍ର ବିଷାରଦଙ୍କ ସହପରାମର୍ଶ କରିବା ଜରୁରୀ ।

ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁମ୍ଡଳିର ଅଷ୍ଟମସ୍ଥାନଟି ରୋଗ କାରକ, ମୃତ୍ୟୁକାରକ ଏବଂ ଆୟୁକାରକ ବୋଲି ବିବେଚନା କରାଯାଇଥାଏ । ଅଷ୍ଟମ ଘରକୁ ଅଶୁଭ ବୋଲି ମଧ୍ୟ ବିବେଚନା କରାଯାଇଥାଏ । ଅନ୍ୟପକ୍ଷରେ ଦେବ କାର୍ଯ୍ୟରେ କିନ୍ତୁ ୮କୁ ଶୁଭ ବୋଲି କୁହାଯାଇଥାଏ । ଯେମିତିକି ଜପ ହେଉ କି ନାମ କିର୍ତ୍ତନ ୧୦୮ ଥର କରିବା ଶୁଭ ବୋଲି କୁହାଯାଇଥାଏ ।