Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସମ୍ବଲପୁରର ୪ଟି ଥାନା ଅଞ୍ଚଳରୁ ହଟିଲା କର୍ଫ୍ୟୁ

29/04/2023 at 12:59 PM

ସମ୍ବଲପୁର ୨୯।୪: ସମ୍ବଲପୁର ସହରର ୪ଟି ଥାନା ଅଞ୍ଚଳରୁ ହଟିଲା କର୍ଫ୍ୟୁ । ଖେତରାଜପୁର ଥାନା, ଅଇଁଠାପାଲି ଥାନା, ବରେଇପାଲି, ସଦର ଥାନା ଅଞ୍ଚଳରୁ କର୍ଫ୍ୟୁ ହଟିଥିବା ନେଇ ସମ୍ବଲପୁର ଏସପି ବତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି । ଅନ୍ୟ ଦୁଇଟି ଥାନା ଧନୁପାଲି ଓ ଟାଉନ ଥାନାରୁ କର୍ଫ୍ୟୁ ହଟିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ।

ତେବେ ୧୨ ତାରିଖ ଘଟଣାରେ ୪୬ ଜଣ ଗିରଫ ହୋଇଥିବା ବେଳେ ୧୪ ତାରିଖ ଘଟଣାରେ ୪୮ ଜଣ ଗିରଫ ହୋଇଥିଲେ । ତେବେ ୧୪ ତାରିଖ ହତ୍ୟା ଘଟଣାରେ ମଧ୍ୟ ୮ ଜଣ ଗିରଫ ହୋଇଥିବା ବେଳେ  ସମୁଦାୟ ଗିରଫ ସଂଖ୍ୟା ୧୦୨ରେ ପହଞ୍ଚିଛି ।

ଅନ୍ୟପଟେ ସୋସିଆଲ ମଡିଆରେ ହିଂସାକୁ ଉସୁକାଇଲା ପରି ମନ୍ତବ୍ୟ କିମ୍ବା ପୋଷ୍ଟ ସେୟାର କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯବ ବୋଲି ଏସପି କହିବା ସହ ଏହାକୁ ନୀରିକ୍ଷଣ କରିବାକୁ ଏକ ଟିମ୍ କାର୍ଯ୍ୟ କରୁଥିବା ସେ କହିଛନ୍ତି । ଏହାସହ ୨ଟି ହ୍ବାଟ୍‌ସଆପ୍ ଗ୍ରୁପ ଆଡମିନଙ୍କୁ ଅଣ୍ଡରଟେକିଂ ଲେଖାଇ ଛଡାଯାଇଥିବା ଏସପି କହିଛନ୍ତି ।

   Related Posts