scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମିଳିଲା ମେଲେରିଆର ଚିକିତ୍ସା ! ଔଷଧରେ ପ୍ରସ୍ତୁତ ଆଣ୍ଟିବଡି କରିବ ରୋଗରୁ ରକ୍ଷା

3/11/2022 at 1:10 PM

ନୂଆଦିଲ୍ଲୀ ୩।୧୧: ସାରା ବିଶ୍ୱରେ ପ୍ରତିବର୍ଷ ମେଲେରିଆରେ ଲକ୍ଷଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ଏହି ଘାତକ ରୋଗର ଏପର୍ଯ୍ୟନ୍ତ କୌଣସି ଚିକିତ୍ସା ନାହିଁ। ଏଥିରେ ଆଫ୍ରିକୀୟ ବୈଜ୍ଞାନିକମାନେ ମେଲେରିଆରୁ ଲୋକଙ୍କୁ ରକ୍ଷା କରିବା ପାଇଁ ମୋନୋକ୍ଲୋନଲ ଆଣ୍ଟିବଡି ତିଆରିଛନ୍ତି। କୁହାଯାଉଛି ଏହି ଔଷଧର ମାତ୍ର ଗୋଟିଏ ଡୋଜ୍ ୬ ମାସ ପର୍ଯ୍ୟନ୍ତ ଶରୀରରେ ମେଲେରିଆ ବିରୋଧରେ ଆଣ୍ଟିବଡି ତିଆରି କରି ରଖିବ। ଯାହା ଦ୍ୱାରା ଲୋକଙ୍କୁ ଏହି ରୋଗରୁ ରକ୍ଷା କରାଯାଇପାରିବ।

ଦାବି କରାଯାଉଛି ଯେ ଆଣ୍ଟିବଡି ହେବା ଦ୍ୱାରା ଶରୀରରେ ମେଲେରିଆ ବିରୋଧରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବ। ଯାହା ବେମାରୀରୁ ଲୋକଙ୍କୁ ରକ୍ଷା କରିବା ସହିତ ଏହାର ଗୁରୁତର ଲକ୍ଷଣରୁ ମଧ୍ୟ ରକ୍ଷା କରିବ। ବାମକୋ ୟୁନିଭର୍ସିଟି ଅଫ ସାଇଂସେଡ୍‌ର ଛାତ୍ରୀ ଡା. କୁସୁମଙ୍କ ଅନୁସାରେ ଏହି ଔଷଧ ଲୋକଙ୍କୁ ମେଲେରିଆରୁ ରକ୍ଷା କରିବ। ଏହାର ପ୍ରୟୋଗ ୩୩୦ ଜଣଙ୍କ ଉପରେ କରାଯାଇଛି। ଏହି ପରୀକ୍ଷଣରେ ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ ହେଲଥ୍‌ରେ ପ୍ରସ୍ତୁତ ଏକ ଔଷଧ ଲୋକଙ୍କୁ ଦିଆଯାଇଥିଲା।

କିଛି ଲୋକଙ୍କୁ ଔଷଧର ପୃଥକ ପୃଥକ ମାତ୍ରା ଦିଆଯାଇଥିଲା ଓ କିଛି ଲୋକଙ୍କୁ ସାମାନ୍ୟ ଔଷଧ ଦିଆଯାଇଥିଲା। ପରେ ୨୪ ସପ୍ତାହ ପର୍ଯ୍ୟନ୍ତ କିଛି ଦିନ ଅନ୍ତରାଳରେ ସେମାନଙ୍କର ମେଲେରିଆ ପରୀକ୍ଷଣ କରାଯାଇଥିଲା। ଯେଉଁଥିରେ ଡୋଜ ଦିଆଯାଇଥିବା ୩୯ ଜଣ ଲୋକଙ୍କ ଠାରେ ଏହି ବେମାରୀ ହୋଇ ନଥିବା ଦେଖା ଯାଇଛି। ତେବେ ଯେଉଁ ୮୬ ଜଣଙ୍କୁ ସାମାନ୍ୟ ଡୋଜ ଦିଆଯାଇଥିଲା ସେମାନଙ୍କ ଠାରେ ମେଲେରିଆ ହୋଇଥିବା ଦେଖାଯାଇଛି।

ବୈଜ୍ଞାନିକ କହିଛନ୍ତି ଯେ ଶରୀରରେ ଆଣ୍ଟିବଡି ଅଲଗା ଅଲଗା କାମ କରିଥାଏ। ଏହି ଆଣ୍ଟିବଡି ମେଲେରିଆ ମସା ଯୋଗୁ ମଣିଷ ଶରୀରରେ ପହଞ୍ଚୁଥିବା ଭାଇରସକୁ ରୋକିଥାଏ। ସେହିପରି ଆଣ୍ଟିବଡି ସଂକ୍ରମଣକୁ ଲିଭର ପର୍ଯ୍ୟନ୍ତ ପହଞ୍ଚିବାରେ ମଧ୍ୟ ରୋକିଥାଏ। ଫଳରେ ବେମାରୀ ଯୋଗୁ ଗୁରୁତର ଲକ୍ଷଣ ପ୍ରକାଶ ପାଇ ନଥାଏ। ଏହିଔଷଧରୁ ପ୍ରସ୍ତୁତ ଆଣ୍ଟିବଡି ମଣିଷ ଶରୀରରେ ଅନେକ ମାସ ପର୍ଯ୍ୟନ୍ତ ରହିଥାଏ। ଏଣୁ ଏହାର ଉପଯୋଗ ରୋଗୀଙ୍କ ଉପରେ ସେପରି କରାଯିବାକୁ ବିଚାର କରାଯାଉଛି ଯେଉଁପରି ମେଲେରିଆରେ ଆମେ ରୋଗୀଙ୍କ ଲାଗି ଅନ୍ୟ ଉପାୟ କରିଥାଏ ବୋଲି ବୈଜ୍ଞାନିକ କହିଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ଙ୍କ ଅନୁସାରେ ୨୦୨୦ ମସିହାରେ ମେଲେରିଆ ଯୋଗୁ ସାରା ବିଶ୍ୱରେ ୬ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା ଓ ମୋଟ ୨୪ କୋଟି ମାମଲା ଆସିଥିଲା। ବିଶ୍ୱସ୍ତରରେ ମେଲେରିଆ ଏବେବି ବିପଦଜନକ। ଏହି ମାମଲା ସବୁ ଆୟୁ ବର୍ଗର ଲୋକଙ୍କ ଠାରେ ଦେଖାଯାଏ। ତେବେ ଭାରତରେ ମେଲେରିଆ ମାମଲା ଲଗାତାର ହ୍ରାସ ହେଉଛି। ୨୦୧୫ ମସିହା ପରଠାରୁ ଭାରତରେ ଏହି ବେମାରୀରେ ୮୦ ପ୍ରତିଶତ ହ୍ରାସ ଦେଖାଯାଇଛି। ମୃତ୍ୟୁହାର ମଧ୍ୟ ୮୦ ପ୍ରତିଶତ କମ ରେକର୍ଡ ହୋଇଛି।

   Related Posts