ପୂର୍ବାଇ ପକ୍ଷରୁ ଅପୂର୍ବ ପ୍ରତିଭା ମହୋତ୍ସବ, ଓଡିଶୀ, କଥକ, ଭାରତନାଟ୍ୟମ ଓ କୁଚିପୁଡି ନୃତ୍ୟରେ ଦୁଲୁକିଲା ମଞ୍ଚ

Published By : Prameya-News7 Bureau | August 20, 2019 IST

ବେଙ୍ଗାଲୁରୁ ୨୦|୮: ବେଙ୍ଗାଲୁରୁ ମଲେଶ୍ବରଂ ଶୁକ୍ରା ଅଡିଟୋରିୟମରେ ପୂର୍ବାଇ ସାଂସ୍କୃତିକ ବିକାଶ କେନ୍ଦ୍ର ତରଫରୁ ଅପୂର୍ବ ପ୍ରତିଭା ମହୋତ୍ସବ ୨୦୧୯ ଅନୁଷ୍ଠିତ ହୋଇଯାଇଛି। ଏହି ନୃତ୍ୟ ଉତ୍ସବରେ ଦେଶର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରାଯାଇଥିଲା।

ତିନି ଦିନ ଧରି ଚାଲିଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶୀ, କଥକ, ଭାରତନାଟ୍ୟମ, କୁଚିପୁଡି ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦେଶର ୨୦୦ ପ୍ରତିଯୋଗୀ ସାମିଲ ହୋଇଥିଲେ।

କଲିକତାରେ ରହୁଥିବା ଓଡ଼ିଆ ମହିଳା ନନ୍ଦିନୀ ଚୌଧୁରୀ ମହାନ୍ତି ଏହି ଉତ୍ସବ କୁ ଆୟୋଜନ କରିଥିଲେ। ନୃତ୍ୟ ମହୋତ୍ସବ ର ଶେଷ ସନ୍ଧ୍ୟା ରେ କର୍ଣ୍ଣାଟକ ର ପ୍ରସିଦ୍ଧ ଭାରତନାଟ୍ୟମ ନୃତ୍ୟ ଗୁରୁ ସାଇ ଭେଙ୍କଟେସ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ।

ଓଡ଼ିଶୀ ନୃତ୍ୟ ରେ ଦିବ୍ୟନୀ ମହାନ୍ତି, କଥକ ନୃତ୍ୟରେ ଶରତ ପ୍ରଭାତ, ଭାରତନାଟ୍ୟମ ରେ ରକ୍ଷା ଜୟରାମ ବିଜେତା ଘୋଷିତ ହୋଇ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.