ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଦୁଇ ଦିନ ମଧ୍ୟରେ ଘୋଷଣା ହେବ CUET ତାରିଖ, ଟ୍ୱିଟ୍ କରି ସୂଚନା ଦେଲେ ୟୁଜିସି ଅଧ୍ୟକ୍ଷ

7/02/2023 at 11:54 AM

ନୂଆଦିଲ୍ଲୀ ୦୭।୦୨: କମନ୍ ୟୁନିଭରସିଟି ପ୍ରବେଶିକା ପରୀକ୍ଷା (CUET UG-2023) ପାଇଁ ପଞ୍ଜୀକରଣ ପ୍ରକ୍ରିୟା କୌଣସି ସମୟରେ ଆରମ୍ଭ ହେବାକୁ ଯାଉଛି । ଏନେଇ UGC ଚେୟାରମ୍ୟାନ୍ ଏମ ଜଗଦେଶ କୁମାର ଟୁଇଟ୍ କରି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, CUET UG-2023 ପଞ୍ଜୀକରଣ ଏବଂ ଆବେଦନ ପ୍ରକ୍ରିୟା ଆରମ୍ଭ ନେଇ ୨ ଦିନ ମଧ୍ୟରେ ତାରିଖ ଘୋଷଣା କରାଯିବ। ଅଫିସିଆଲ୍ ୱେବସାଇଟ୍ cuet.samarth.ac.inରେ ବିଜ୍ଞପ୍ତି ପ୍ରକାଶ ପାଇବା ମାତ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ତେବେ CUET ପଞ୍ଜୀକରଣ କରିବାକୁ ଅପେକ୍ଷା କରିଥିବା ପ୍ରାର୍ଥୀମାନଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ୟୁଜିସି ଚେୟାରମ୍ୟାନଙ୍କ ଟ୍ୱିଟ୍ ପରେ ଏହି ସପ୍ତାହରୁ ପଞ୍ଜିକରଣ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ବାରା ପ୍ରକାଶିତ ଟାଇମ ଟେବୁଲ ଅନୁଯାୟୀ, CUET UG-2023 ପରୀକ୍ଷା ୨୧ ମଇ ୨୦୨୩ରୁ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷର ପରୀକ୍ଷାର ଢାଞ୍ଚାରେ କୌଣସି ପରିବର୍ତ୍ତନ ହେବ ନାହିଁ । CUET ସ୍କୋରକାର୍ଡ ମାଧ୍ୟମରେ ପରୀକ୍ଷାର୍ଥୀମାନେ ଦେଶର ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଡମିଶନ ପାଇବେ ।  ଅନ୍ୟ କୌଣସି ସୂଚନା ପାଇଁ ପରୀକ୍ଷାର୍ଥୀମାନେ ଅଫିସିଆଲ୍ ୱେବସାଇଟରୁ ଜାଣିପାରିବେ ।

   Related Posts