ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ରୁଷ ଉପରେ କଟକଣାକୁ ନିନ୍ଦା କଲେ କ୍ୟୁବା ରାଷ୍ଟ୍ରପତି, ଯୁଦ୍ଧ ପାଇଁ ଆମେରିକା ଏବଂ ନାଟୋକୁ କଲେ ଦାୟୀ

22/11/2022 at 10:34 PM

ନୂଆଦିଲ୍ଲୀ: ମଙ୍ଗଳବାର କ୍ୟୁବା ରାଷ୍ଟ୍ରପତି ମିଗୁଏଲ୍ ଡିଆଜ୍-କାନେଲ୍ ଆମେରିକା ଏବଂ ଏହାର ସହଯୋଗୀଙ୍କୁ ଟାର୍ଗେଟ କରିଛନ୍ତି । ରୁଷର ନିମ୍ନ ସଦନ ଡୁମାରେ ଉଦବୋଧନ ଦେଇ ରୁଷ ଉପରେ ଆମେରିକା ଏବଂ ଏହାର ସହଯୋଗୀ ଲଗାଇଥିବା କଟକଣାକୁ ସେ ନିନ୍ଦା କରିଛନ୍ତି ।

କ୍ୟୁବା ରାଷ୍ଟ୍ରପତି କହିଛନ୍ତି,’ରୁଷ ଉପରେ ଲାଗୁ କରାଯାଇଥିବା କଟକଣା ବେଆଇନ ଏବଂ କ୍ୟୁବା ଏହାକୁ ଦୃଢ ନିନ୍ଦା କରୁଛି । ବର୍ତ୍ତମାନର ଯୁଦ୍ଧ ପାଇଁ ଆମେରିକାର ଆକ୍ରମଣାତ୍ମକ ନୀତି ଦାୟୀ । ରୁଷ ସୀମାନ୍ତରେ ନାଟୋର ବିସ୍ତାର ଏହାର ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ । ଏହାସହ କୂଟନୈତିକ ଆଲୋଚନା ମାଧ୍ୟମରେ ଯୁଦ୍ଧ ଶେଷକୁ କ୍ୟୁବା ସମର୍ଥନ କରୁଛି’।

ମିଗୁଏଲ୍ ଡିଆଜ୍-କାନେଲ୍ କହିଛନ୍ତି, ରୁଷ ଏବଂ କ୍ୟୁବା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ମଜଭୁତ ହେଉଛି । କଟକଣା ଏବଂ ବୈଶ୍ୱକି ଅସ୍ଥିରତା ଭିତରେ ଏହା ସମ୍ଭବ ହୋଇଛି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ବୋକା ଡେ ଜାରୁକୋ ଅଞ୍ଚଳରେ ତେଲ ଅନୁସନ୍ଧାନ ପ୍ରକଳ୍ପ ସାମିଲ ରହିଛି । ଏଠାରେ ପୂର୍ବରୁ ହାଇଡ୍ରୋଜେନ ଉତ୍ପାଦନ ଜାରି ରହିଛି ।

   Related Posts