ଘୁଞ୍ଚିଲା ସିଟିଇଟି ପରୀକ୍ଷା ତାରିଖ, ଏବେ ଏହିଦିନ ହେବ

Published By : Prameya-News7 Bureau | January 04, 2023 IST

ନୂଆଦିଲ୍ଲୀ: ସ୍ଥଗିତ ହେଲା ସିଟିଇଟି ପରୀକ୍ଷା। ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ପରୀକ୍ଷାକୁ ସ୍ଥଗିତ ରଖିବା ନେଇ ଘୋଷଣା କରିଛି। ସିବିଏସ୍‌ଇ ପକ୍ଷରୁ ଜାରି ହୋଇଥିବା ନୋଟିଫିକେସନ୍ ଅନୁସାରେ, ପ୍ରଥମ ସିଟିଇଟି ପରୀକ୍ଷା ୯ ଜାନୁଆରୀ ୨୦୨୩ରେ ହେବାର ଥିଲା। ହେଲେ ଏବେ ଏହି ପରୀକ୍ଷା ୭ ଫେବ୍ରୁଆରୀ ୨୦୨୩କୁ ଘୁଞ୍ଚାଇ ଦିଆଯାଇଛି। ପାଖାପାଖି ମାସେ ପାଇଁ ପରୀକ୍ଷା ସମୟ ଘୁଞ୍ଚାଇ ଦେଇଛି ବୋର୍ଡ।

ବୋର୍ଡର ଏପରି ନିଷ୍ପତ୍ତିରେ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିବା ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ମିଳିଛି। କାରଣ ପ୍ରସ୍ତୁତି ପାଇଁ ଆଉ ମାସେ ସମୟ ମିଳିଯାଇଛି। ଛାତ୍ରଛାତ୍ରୀମାନେ ଚାହିଁଲେ ଉଦ୍ଦିଷ୍ଟ ୱେବ୍‌ସାଇଟ୍‌କୁ ଯାଇ ପରୀକ୍ଷା ସମ୍ପର୍କିତ ସବିଶେଷ ତଥ୍ୟ ଜାଣିପାରିବେ।

ସୂଚନା ଥାଉକି ସିଟିଇଟି ପରୀକ୍ଷା କମ୍ପ୍ୟୁଟରରେ ହେବ। ଏହି ପରୀକ୍ଷାରେ ପାସ୍ କରିଥିବା ପ୍ରାର୍ଥୀ ଶିକ୍ଷକ ପାଇଁ ଆବେଦନ କରିପାରିବେ। କହି ରଖୁଛୁ ଯେ ଅନ୍ୟ ପରୀକ୍ଷାଗୁଡ଼ିକ ସହିତ ସିଟିଇଟି ପରୀକ୍ଷା ଗୋଟିଏ ତାରିଖ ହେଉଥିବାର ଏହାକୁ ବଦଳାଇବାକୁ ଦାବି ହୋଇଥିଲା। ଡିମାଣ୍ଡକୁ ଦେଖି ବୋର୍ଡ ତାରିଖ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.