CTET ୨୦୨୧: ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ ତାରିଖ ଘୋଷଣା କଲା ସିବିଏସ୍‌ଇ

Published By : Prameya-News7 Bureau | October 19, 2021 IST

wp:heading {"level":4}

ନୂଆଦିଲ୍ଲୀ, ୧୯/୧୦: ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜ୍ୟୁକେସନ୍‌ ବା CBSE ୧୫ ତମ   କେନ୍ଦ୍ରୀୟ  ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ସିଟିଇଟି ପାଇଁ ତାରିଖ ଘୋଷଣା କରିଛି । ଡିସେମ୍ୱର ୧୬ ତାରିଖ, ୨୦୨୧ରୁ ଜାନୁଆରୀ ୧୩ ତାରିଖ, ୨୦୨୨ ମଧ୍ୟରେ ଏହି ଟେଷ୍ଟ ଅନୁଷ୍ଠିତ ହେବ । ତେଣୁ ଏଥିପାଇଁ ଆପ୍ଲିକେସନ୍‌ ଦାଖଲ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛି ବୋର୍ଡ ।

/wp:heading wp:heading {"level":4}

ଆଶାୟୀମାନେ ଅକ୍ଚୋବର ୨୫ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ ଫର୍ମ ଦାଖଲ କରିବା ନେଇ ବୋର୍ଡ ସ୍ପଷ୍ଟ କରିଥିବା ବେଳେ ଅକ୍ଟୋବର ୨୬ ତାରିଖ ୩.୩୦ ସୁଦ୍ଧା ଅର୍ଥ ପୈଠ କରିବା ନେଇ ତାରିଖ ବୃଦ୍ଧି କରାଯାଇଛି । ଏହି ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ ରହିବ । ଲେହରେ ଆଉ ଏକ ପରୀକ୍ଷା ସ୍ଥାନ ଆଶାୟୀମାନେ ଚୟନ କରିପାରିବେ ବୋଲି ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି ।

/wp:heading wp:html /wp:html wp:heading {"level":4}

ଯଦି ଡିସେମ୍ୱର ସେସନ୍‌ ପାଇଁ ଆପ୍ଲାଏ କରି ସାରିଥିବା କୌଣସି ଆଶାୟୀ ପରୀକ୍ଷା ସେଣ୍ଟର ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ସେମାନେ ଅକ୍ଟୋବର ୧୮ ଠାରୁ ନଭେମ୍ୱର ୩ ତାରିଖ ମଧ୍ୟରେ ସେଣ୍ଟର ବଦଳାଇ ପାରିବେ ବୋଲି ବୋର୍ଡ କହିଛି ।     

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.