oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ମତଦାନ ପାଇଁ ଭୋଟରଙ୍କ ଆଗ୍ରହ ସୃଷ୍ଟି ପାଇଁ କଟକ ଲୋକସଭା କ୍ଷେତ୍ରରେ ହୋଇଛି ୧୦୫ ମଡେଲ୍ ବୁଥ ସହ ୮ ପିଙ୍କ ବୁଥ

22/04/2019 at 7:04 PM

କଟକ ୨୨।୪ :  ମତଦାନ ପ୍ରତି ମତଦାତାଙ୍କ ଆଗ୍ରହ ସୃଷ୍ଟି କରିବାକୁ କଟକ ଲୋକସଭା କ୍ଷେତ୍ରରେ  ୧୦୫ଟି ମଡେଲ୍‌ ବୁଥ କରିଛି  ଜିଲ୍ଲା ପ୍ରଶାସନ । ପ୍ରତି ବିଧାନସଭା କ୍ଷେତ୍ରରେ ୧୫ଟି ମଡେଲ୍‌ ବୁଥ ପ୍ରତିଷ୍ଠା କରାଯାଇଛି । ଯେଉଁଥିଲେ ଭୋଟରଙ୍କ ପାଇଁ ଖାଦ୍ୟ, ପାନୀୟ, ଟଏଲେଟ୍‌, ଫାଂଷ୍ଟଏଡ୍‌, ହେଲ୍ପ ଡେସ୍କ ଭଳି ବ୍ୟବସ୍ଥା କରାଯାଇଥିବା କହିଛନ୍ତି କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ବାଲ।

 କଟକ ଲୋକସଭା ଅଧୀନରେ ଥିବା ବଡ଼ମ୍ବା, ବାଙ୍କୀ, ଚୌଦ୍ବାର-କଟକ, ବାରବାଟୀ-କଟକ ଓ ସଦର ସମେତ ନିଆଳି, ସାଲେପୁର, ମାହାଙ୍ଗା ବିଧାନସଭା କ୍ଷେତ୍ରରେ ଗୋଟିଏ ଲେଖାଏଁ ପିଙ୍କ୍‌ ବୁଥ ସ୍ଥାପିତ ହୋଇଛି। ଯେଉଁଥିରେ ଭୋଟିଂ ପରିଚାଳନା କରିବେ କେବଳ ମହିଳା ଅଧିକାରୀ ।

ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ମଧ୍ୟ ପ୍ରତ୍ୟେକ ବୁଥରେ ହୁଇଲଚେୟାର ଏବଂ ବ୍ରେଲି ବାଲାଟ୍‌ ବ୍ୟବସ୍ଥା ହୋଇଛି । ତେବେ ନିର୍ବାଚନରେ ମତଦାନ ପ୍ରତି ମତଦାତାଙ୍କ ଆଗ୍ରହ ବଢ଼ାଇବାକୁ ସବୁ ପ୍ରକାର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ତେଣୁ ସମସ୍ତେ ଭୋଟଦାନ କେନ୍ଦ୍ରକୁ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିବା ସହ ରାଜ୍ୟ ତଥା ଦେଶ ଗଠନରେ ସହାୟକ ହେବା ନିହାତି ଜରୁରୀ ।

   Related Posts