ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା କେନ୍ଦ୍ରରେ ନୂଆ ଏମଆରଆଇ ଓ ସିଟି ସ୍କାନ୍ ମେସିନ ଉଦଘାଟିତ

20/08/2021 at 10:29 PM

ଆଠଗଡ, ୨୦|୦୮:    କଟକ ଜିଲ୍ଲା ଆଠଗଡ ବ୍ଲକ ଅନ୍ତର୍ଗତ ମାଧପୁର ସ୍ଥିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା କେନ୍ଦ୍ର ଠାରେ ନୂତନ  ଏମଆରଆଇ ଓ  ସିଟି ସ୍କାନ୍ ମେସିନ ଉଦଘାଟନ ହୋଇଯାଇଛି।  ଗୋପବନ୍ଧୁ ଆୟୁ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ ।

ଆହୁରି ମଧ୍ୟ  ସମ୍ମାନୀୟ ଅତିଥି ଭାବେ କଟକ ଜିଲ୍ଲା ସାଂସଦ ଭତୃହରି ମହତାବ  ଯୋଗଦେଇ  ଭାରତ ପେଟ୍ରୋଲିୟମ  ନିଗମ ଦ୍ଵାରା ପ୍ରଦତ୍ତ  ଏମଆରଆଇ ଓ ସିଟି ସ୍କାନ୍ ମେସିନର ଶୁଭ ଉଦଘାଟନ କରିଛନ୍ତି । ପୂର୍ବରୁ ଆଠଗଡ ଉପଖଣ୍ଡର ପାଖାପାଖି ୨ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଏହି ସେବା ପାଇବା ପାଇଁ କଟକ ଯିବାକୁ ପଡୁଥିଲା ଏବଂ ଅଞ୍ଚଳ ବାସୀ ବହୁ ଅସୁବିଧାର  ସମ୍ମୁଖୀନ ହେଉଥିଲେ ।  ଆଠଗଡରେ ଏହି ସେବା ଉପଲବ୍ଧ ହେଲେ ଲୋକମାନଙ୍କୁ ଆଉ କଟକ ଯିବାକୁ ପଡିବ ନାହିଁ  । ଗ୍ରାମାଞ୍ଚଳରେ ଏହି ସେବା ଯୋଗାଇ ଦେଇଥିବାରୁ କର୍ତ୍ତୃପକ୍ଷଙ୍କୁ ଆଠଗଡବାସୀ ଧନ୍ୟବାଦ ଜଣାଇଛନ୍ତି ।

   Related Posts