ଟିକସ ଫାଙ୍କିବା ଅଭିଯୋଗ, ପୂଜା ଇଣ୍ଡଷ୍ଟ୍ରୀରେ ଜିଏସ୍‌ଟି ବିଭାଗର ଚଢ଼ାଉ

Published By : Prameya-News7 Bureau | May 20, 2022 IST

ସମ୍ବଲପୁର, ୨୦/୦୫: ସମ୍ବଲପୁର ସହର କ୍ଷେତରାଜପୁର ଠାରେ ଥିବା କୁଲର ଏବଂ ଆଲମିରା କାରଖାନା "ପୂଜା ଇଣ୍ଡଷ୍ଟ୍ରି"ରେ ଆଜି ରାଜ୍ୟ ସରକାରଙ୍କ ସିଟି ଜିଏସଟିର ପ୍ରବର୍ତ୍ତନ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି । କ୍ଷେତରାଜପୁର କ୍ରୀଷ୍ଣାନଗର ଏବଂ ନକ୍ସIପାଲି ସ୍ଥିତ କାରଖାନା ଏବଂ ଏନ୍ ଗୁହା ଗଳିରେ ଥିବା ପୂଜା ଇଣ୍ଡଷ୍ଟ୍ରିର ମାଲିକ ପ୍ରେମା ଦେବୀ ଅଗ୍ରୱାଲଙ୍କ ବାସଭବନରେ ଏହି ଚଢ଼ାଉ ହୋଇଛି । ଟିକସ ଫାଙ୍କୁଥିବା ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାଯାଇଛି I

କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଯାଞ୍ଚ କରାଯାଉଥିବା ବେଳେ ତଦନ୍ତ ଜାରି ରହିଥିବା ସିଟି ଏବଂ ଜିଏସଟି ପ୍ରବର୍ତ୍ତନ ବିଭାଗର ଯାଞ୍ଚ ଅଧିକାରୀ ସୁରଞ୍ଜନ ସାଗର ସୂଚନା ଦେଇଛନ୍ତି I ଡେପୁଟି କମିଶନର ସୁବୋଧ କୁମାର ପଣ୍ଡାଙ୍କ ନେତୃତ୍ୱରେ ହେଉଥିବା ଏହି ଚଢାଉରେ ୨୦ ଜଣ ଅଧିକାରୀ ସାମିଲ ରହିଛନ୍ତି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.