scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲୋକାଲ ଟିମକୁ ହରାଇଲେ ଲୋକାଲ୍ ବୟ, ଚୌକା-ଛକାରୁ ଜିତିଲେ ଆଇପିଏଲ୍ ଟାଇଟଲ୍

30/05/2023 at 4:29 PM

ନୂଆଦିଲ୍ଲୀ ୩୦।୦୫:  ଆଇପିଏଲ୍ ଫାଇନାଲର ହିରୋ । ଚେନ୍ନାଇ ସୁପର କିଙ୍ଗର ମ୍ୟାଚ୍ ଓ୍ବିନର । ସାର୍ ରବିନ୍ଦ୍ର ଜାଡେଜା । ଶେଷ ୨ ବଲରେ ଗୁଜୁରାଟଠୁ ମ୍ୟାଚ ଛଡେଇନେଲେ ଗୁଜୁରାଟ ବୟ୍ । ଧୋନୀ-ଧୋନୀ, ଜାଡେଜା-ଜାଡେଜା ନାରାରେ କମ୍ପିଲା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ । ଧୋନୀଙ୍କ ଟିମକୁ ଆଇପିଏଲର ୫ମ ଟାଇଟଲ୍ ।

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ୍ ଫାଇନାଲ ମ୍ୟାଚର ଶେଷ ଓଭରରେ ଆବଶ୍ୟକ ଥିଲା ୧୩ ରନ୍ । ଗୁଜରାଟ ବୋଲର ମୋହିତ ଶର୍ମା ଓଭରର ପ୍ରଥମ ୪ ବଲରେ ଦେଇଥିଲେ ମାତ୍ର ୩ ରନ୍ । ଚେନ୍ନାଇକୁ ଜିତିବା ପାଇଁ ଶେଷ ୨ ବଲରେ ଆବଶ୍ୟକ ଥିଲା ୧୦ ରନ୍  । ଆଉ ଶେଷ ୨ୟ ବଲରେ ଜାଡେଜାଙ୍କ ଛକାରେ ଟଳମଳ ହୋଇଥିଲା ମୋହିତ ଶର୍ମାଙ୍କ କନଫିଡେଣ୍ଟ । ଶେଷ ବଲରେ ପୁଣି ଏକ ଚୌକା ମାରି ଧୋନିଙ୍କ ଷ୍ଟାଇଲରେ ମ୍ୟାଚ୍ ଶେଷ କରିଥିଲେ ବାମ ହାତୀ ଅଲରାଉଣ୍ଡର । ଫାଇନାଲରେ ଜାଡେଜା ୬ଟି ବଲରୁ କଲେ ଅପରାଜିତ ୧୫ ରନ୍ ।

ଆଇପିଏଲ୍ ୨୦୨୩ରେ ରବିନ୍ଦ୍ର ଜାଡେଜା ୧୬ଟି ଆଇପିଏଲ୍ ମ୍ୟାଚ୍ ଖେଳି ସଂଗ୍ରହ କରିଛନ୍ତି ୧୯୦ ରନ୍ । ଚଳିତ ସିଜିନରେ ଜାଡେଜାଙ୍କ ଷ୍ଟ୍ରାଇକ୍ ରେଟ ରହିଛି ୧୩୭.୭। ଜାଡେଜା ଚଳିତ ଆଇପିଏଲରେ ମାରିଛନ୍ତି ୧୧ ଟି ଚୌକା ଓ ୯ଟି ଛକା । ଅଲରାଉଣ୍ଡର ୩୪୨ ବଲରେ ଦେଇଛନ୍ତି ୪୩୧ ରନ୍ । ଏଥିସହିତ ସେ ଚଳିତ ସିଜିନରେ ନେଇଛନ୍ତି ମୋଟ ୨୦ଟି ଓ୍ବିକେଟ । ଲଗାତାର ଚୌକା ଓ ଛକା ମାରି ଚେନ୍ନାଇକୁ ଜିତାଇଥିବା ରବିନ୍ଦ୍ର ଜାଡେଜା ଏବେ ଟ୍ୱିଟର ଟ୍ରେଣ୍ଡରେ । ଅଲରାଉଣ୍ଡରଙ୍କୁ ଟ୍ବିଟରରେ ଫ୍ୟାନ୍ସମାନେ କରୁଛନ୍ତି ଅଭିନନ୍ଦନର ବର୍ଷା।

   Related Posts