ବିବାହ ବନ୍ଧନରେ ବାନ୍ଧିହେଲେ ଆଉ ଜଣେ ଧୋନୀ ଧୂରନ୍ଧର, ଲଙ୍ଗ ଟାଇମ୍ ଗର୍ଲଫ୍ରେଣ୍ଡଙ୍କ ଧରିଲେ ହାତ
13/06/2023 at 12:57 PM

ମୁମ୍ୱାଇ ୧୩/୦୬: ହାତକୁ ଦିହାତ ହେଲେ ଆଉ ଜଣେ ଧୋନୀ ଧୂରନ୍ଧର । ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଷ୍ଟାର ପେସର ତୁଷାର ଦେଶପାଣ୍ଡେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଇପିଏଲ ୨୦୨୩ ରେ ଏକ ଭଲ ପ୍ରଦର୍ଶନ ପରେ ତୁଷାର ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି । ତୁଷାର ତାଙ୍କ ସ୍କୁଲ ବେଳର ଗର୍ଲଫ୍ରେଣ୍ଡ ଏବଂ ପିଲାଦିନର ବନ୍ଧୁ ନାଭା ଗଡାମୱାରଙ୍କୁ ବିବାହ କରିଛନ୍ତି । ସୋସିଆଲ ମିଡିଆରେ ସେମାନଙ୍କ ବିବାହର ଫଟୋ ଏବେ ଭାଇରାଲ ହେଉଛି ।
ଚେନ୍ନାଇ ତାରକା ଅଲରାଉଣ୍ଡର ଶିବମ୍ ଦୁବେ ତାଙ୍କ ପତ୍ନୀଙ୍କ ସହିତ ତୁଷାର ଦେଶପାଣ୍ଡେଙ୍କ ବିବାହରେ ଉପସ୍ଥିତ ହୋଇଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଚିତ୍ରରେ ଆପଣ ଦେଖିପାରିବେ ଯେ ଶିବମ ଦୁବେ ଏବଂ ଅଞ୍ଜୁମ ଖାନ ମଞ୍ଚରେ ତୁଷାର ଦେଶପାଣ୍ଡେଙ୍କ ପାଖରେ ଛିଡା ହୋଇଛନ୍ତି।
Many congratulations to Tushar Deshpande on getting married. pic.twitter.com/nl2bC6fUYN
— Mufaddal Vohra (@mufaddal_vohra) June 12, 2023
ଏହାପୂର୍ବରୁ, ବିବାହର ଚିତ୍ର ସେୟାର କରିବା ତୁଷାର କହିଥିଲେ ଯେ ନାଭା ଗଡାମୱାର ତାଙ୍କ ସ୍କୁଲ କ୍ରସ୍ । ସ୍କୁଲ୍ ସମୟରେ ହିଁ ଉଭୟ ଉଭଙ୍କୁ ପ୍ରେମ କରି ବସିଥିଲେ । ହେଲେ ଏବେ ସେମାନେ ସାତ ଫେରା ନେବା ପରେ ଉଭୟେ ସବୁଦିନ ପାଇଁ ଏକାଠି ହୋଇଯାଇଛନ୍ତି । ନାଭା ଆଇପିଏଲରେ ଅନେକ ଥର ପାବିଲିୟନ୍ରୁ ତୁଷାରଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା ।