ପୁଣି ହିଟ୍ ହେଲା 'ଧୋନି ରିଭ୍ୟୁ ସିଷ୍ଟମ୍', ଏଥର THALA ନୁହେଁ ଭୁଲ ପ୍ରମାଣିତ ହେଲେ ଅମ୍ପାୟାର

Published By : Prameya-News7 Bureau | April 20, 2024 IST

ମୁମ୍ୱାଇ ୨୦/୦୪: ରୋମାଞ୍ଚକର ହେଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୭ ସଂସ୍କରଣ । ୩୪ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) ଓ ଚେନ୍ନାଇ ସୁପର କିଙ୍ଗ୍ସ । ଚେନ୍ନାଇକୁ ୮ ୱିକେଟ୍ ରେ ପରାସ୍ତ କରିଛି ଲକ୍ଷ୍ନୌ । ଏହି ମ୍ୟାଚରେ ଲକ୍ଷ୍ନୌର ବିଜୟ ଅପେକ୍ଷା ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ଅଧିକ ଚର୍ଚ୍ଚା ହୋଇଥିଲା । 

କାରଣ ୯ଟି ବଲ୍‌ରେ ଧୁଆଁଧାର ୨୮ ରନ୍ କରିଥିଲେ ମାହୀ । ଯେଉଁଥିରେ ଥିଲା ଚଉକା ଓ ଦୁଇଟି ଛକା । ଯୋଉଁଥିରେ ଧୋନିଙ୍କ ଷ୍ଟ୍ରାଇକ୍ ରେଟ୍ ଥିଲା ୩୧୧.୧୧ । ତାଙ୍କର ଧୁଆଁଧାର ପାଳି ସହ ଧୋନି ପୁଣି ଥରେ ପ୍ରମାଣିତ କରିଛନ୍ତି ଯେ DRS ନେବାରେ ତାଙ୍କର ଭଳି କେହି ସମକ୍ଷକ ହେବେନି । ଧୋନି ତାଙ୍କ ଇନିଂସ ସମୟରେ ଓ୍ୱାଇଡ୍ ବଲ୍‌ର ସମୀକ୍ଷା କରିଥିଲେ । ଯାହା ସଫଳ ହୋଇଥିଲା । 

CSKର ଇନିଂସର ୧୯ ଓଭରରେ ପୁରା ଘଟଣା ଘଟିଥିଲା । ସେହି ଓଭରରେ ମହସିନ୍ ଖାନଙ୍କ ପ୍ରଥମ ବଲ ଥିଲା ଓ୍ୱାଇଡ୍ । ଏହା ପରେ ମହସିନ୍ ପରବର୍ତ୍ତୀ ବଲ୍‌କୁ ଅଫ୍ ଷ୍ଟମ୍ପ୍ ବାହାରେ ମଧ୍ୟ ବୋଲିଂ କରିଥିଲେ । କିନ୍ଓତୁ ଏହାକୁ ଓ୍ୱାଇଡ୍ ଦେଇନଥିଲେ ଅମ୍ପାୟାର । ଏହା ଦେଖିବା ପରେ ସଂଗେ ସଂଗେ DRS ନେଇଥିଲେ ମାହୀ । ଆଉ ସଂଗେ ସଂଗେ ଏହା ହୋଇଥିଲା ଓ୍ୱାଇଡ୍ । ବଦଳିଥିଲା ନିଷ୍ପତ୍ତି । ଆଉ ପୁଣିଥରେ ପ୍ରମାଣିତ ହୋଇଥିଲା DRS ମାନେ ଧୋନୀ ରିଭ୍ୟୁ ସିଷ୍ଟମ । 

ଧୋନିଙ୍କ ଅଭିଜ୍ଞତା ହେତୁ କ୍ରିକେଟ୍ ବିଶେଷଜ୍ଞ କହୁନ୍ତି  DRS ମାନେ ଧୋନି ରିଭ୍ୟୁ ସିଷ୍ଟମ୍ (DRS) । ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପାଇଁ DRS ପ୍ରାୟତ ଖେଳାଳିଙ୍କ ଦ୍ୱାରା ବ୍ୟବହୃତ ହୁଏ । ଏହା ଅନେକ ଥର ଘଟିଛି ଯେ ଧୋନି DRS ନିଅନ୍ତି ଏବଂ ଅମ୍ପାୟାରଙ୍କ ନିଷ୍ପତ୍ତି ବଦଳେ । ସୂଚନା ଥାଉକି, ଚଳିତ ସିଜନରେ ଦମ୍‌ଦାର ପ୍ରଦର୍ଶନ କରୁଛନ୍ତି MS DHONI ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.