Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

IPL ଇତିହାସରେ ପ୍ରଥମ : CSK କୋଚ୍‌ ଭାବେ ଷ୍ଟିଫେନ୍‌ ଫ୍ଲେମିଂଙ୍କ ରେକର୍ଡ, ଜାଣନ୍ତୁ…

1/06/2023 at 8:55 AM

ମୁମ୍ବାଇ ୦୧।୦୬ : ସରିଛି ଆଇପିଏଲ୍‌ ୨୦୨୩ । ଏହି ୧୬ ତମ ସିଜିନ୍‌ରେ ଚମ୍ପିଆନ୍‌ ହୋଇଛି ଚେନ୍ନାଇ ସୁପର କିଙ୍ଗସ୍‌ । ତେବେ ଚଳିତ ବର୍ଷ ଆଇପିଏଲ୍‌ରେ ଅନେକ ରେକର୍ଡ ସୃଷ୍ଟି ହୋଇଛି । ତାମଧ୍ୟରୁ ଚେନ୍ନାଇ ସୁପର କିଙ୍ଗସ୍‌ର କୋଚ ଷ୍ଟିଫେନ୍‌ ଫ୍ଲେମିଂଙ୍କ ନାଁରେ ଏକ ବିରଳ ରେକର୍ଡ ରହିଛି । ହୁଏତ ଆଗାମୀ ଦିନରେ ଏହି ରେକର୍ଡ ଭାଙ୍ଗିବା କଷ୍ଟକର ହୋଇପାରେ ।

ଖବର ଅନୁଯାୟୀ, ୨୦୦୮ରେ ଚେନ୍ନାଇ ଟିମ୍‌ ପାଇଁ ଖେଳାଳି ଭାବେ ନିଲାମରେ କିଣା ହୋଇଥିଲା ଷ୍ଟିଫେନ୍‌ ଫ୍ଲେମିଂ । କିନ୍ତୁ ଆଇପିଏଲ୍‌ର ପ୍ରଥମ ଦୁଇ ବର୍ଷ ପରେ ସେ ଆଇପିଏଲ୍‌କୁ ଅଲ୍‌ବିଦା କହିଥିଲା । ଆଉ ସମ୍ଭାଳିଥିଲେ ଚେନ୍ନାଇ ସୁପର କିଙ୍ଗସ୍‌ର କୋଚ ଦାୟିତ୍ୱ । ଚେନ୍ନାଇ ସୁପର କିଙ୍ଗସର ମୁଖ୍ୟ କୋଚ ଭାବେ ଦାୟିତ୍ୱ ଦେଇଥିଲା ପ୍ରାଞ୍ଚାଇଜ୍‌ ମାଲିକ ।

ତେବେ ଷ୍ଟିଫେନ୍‌ ଫ୍ଲେମିଂଙ୍କ ନେତୃତ୍ୱରେ ଟିମ୍‌ ଏବେ ଯାଏଁ ପାଞ୍ଚ ଥର ଚମ୍ପିଆନ୍‌ ହୋଇଛି । ପ୍ରଥମେ ୨୦୧୦, ପରେ ୨୦୧୧, ୨୦୧୮, ୨୦୨୧, ଆଉ ଏବେ ୨୦୨୩ରେ ଦଳ ଚମ୍ପିଆନ୍‌ ହୋଇଛି । ଆଇପିଏଲ୍‌ ଇତିହାସରେ  ଏହା ପ୍ରଥମ ଘଟଣା । କୋଚ୍‌ ଭାବେ ରହିବା ସମୟରେ ଟିମ୍‌ ପାଞ୍ଚ ଥର ଚମ୍ପିଆନ୍‌ ହୋଇଛି । ବର୍ତ୍ତମାନ ଯାଏଁ ଅନ୍ୟ କୌଣସି କୋଚ୍‌ଙ୍କ ନାଁରେ ଏପରି ରେକର୍ଡ ନାହିଁ ।

ସେହିପରି ଚେନ୍ନାଇ କୋଚ୍‌ ଷ୍ଟିଫେନ୍‌ ଫ୍ଲେମିଂଙ୍କ ପଛକୁ ମୁମ୍ବାଇ କୋଚ ମାହେଲା ଜୟବର୍ଦ୍ଧନେ ରହିଛନ୍ତି । ସେ କୋଚ୍‌ ଥିବା ସମୟରେ ମୁମ୍ବାଇ ତିନି ଥର ଚମ୍ପିଆନ୍‌ ହୋଇଛି । ପ୍ରଥମେ ୨୦୧୭, ପରେ ୨୦୧୯ ଏବଂ ୨୦୨୦ରେ ଚମ୍ପିଆନ ହୋଇଥିଲା ମୁମ୍ବାଇ । ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ଟ୍ରେବର ବେଲିସ । ସେ କୋଚ ଥିବା ସମୟରେ କୋଲକାତା ନାଇଟ୍‌ ରାଇଡର୍ସ ୨ ଥର ଚମ୍ପିଆନ୍‌ ହୋଇଛି । ଦଳ ପ୍ରଥମେ ୨୦୧୨ , ପରେ ୨୦୧୪ରେ ଚମ୍ପିଆନ୍‌ ହୋଇଥିଲା ।

   Related Posts