suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

CSK ଫ୍ୟାନ୍‌ଙ୍କୁ ଝଟ୍‌କା, IPL ଫାଇନାଲ୍ ଖେଳିବେନି ଧୋନୀ !

25/05/2023 at 1:04 PM

ଚେନ୍ନାଇ ୨୫/୦୫: ମେ ୨୮ରେ ଖେଳାଯିବ ଆଇପିଏଲ ୨୦୨୩ର ଅନ୍ତିମ ତଥା ଫାଇନାଲ୍ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । ଗୁଜୁରାଟକୁ କ୍ୱାଲିଫାୟାରରେ ହରାଇ ଚେନ୍ନାଇ ସୁପର କିଙ୍ଗ୍ସ ସିଧାସଳଖ ଫାଇନାଲ୍‌ରେ ପ୍ରବେଶ କରିଛି ।

କ୍ୱାଲିଫାୟର-୨ରେ ମୁହାଁମୁହିଁ ହେବେ ମୁମ୍ଇୱାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଟାଇଟନ୍ସ । ଏହି ମ୍ୟାଚ୍‌ରେ ଯିଏ ହେବ ବିଜେତା ଫାଇନାଲରେ CSK ସହିତ ମୁହାଁମୁହିଁ ହେବ ସେହି ଟିମ୍ । ତେବେ ଏହି ଫାଇନାଲ ମ୍ୟାଚ୍ ପୂର୍ବରୁ CSK ଫ୍ୟାନ୍‌ଙ୍କୁ ଲାଗିବାକୁ ଯାଉଛି ଜୋରଦାର୍ ଝଟକା । ଯାହା ଚର୍ଚ୍ଚା ହେଉଛି ଯେ, ଫାଇନାଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନି ଖେଳିବେ ନାହିଁ ।

ଫାଇନାଲରେ ଖେଳିବେ ନାହିଁ ଧୋନି ?
CSK କ୍ୟାପଟେନ ଏମଏସ ଧୋନି ଆଇପିଏଲ ୨୦୨୩ର ଫାଇନାଲ ଖେଳିନପାରନ୍ତି । ଇନସାଇଡ୍ ସ୍ପୋର୍ଟ ଅନୁଯାୟୀ, ଧୋନି ଗୁଜୁରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ୍‌ରେ ଅମ୍ପାୟାରଙ୍କ ସହ କିଛି କଥା ହେଉଥିବାର ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ଖେଳ ୪ ମିନିଟ ପାଇଁ ବନ୍ଦ ହୋଇଯାଇଥିଲା । ଯଦି କୌଣସି କାରଣ ନଥାଇ ଖେଳ ବନ୍ଦ କରିବା ପାଇଁ ଅମ୍ପାୟାର ତାଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତି । ତେବେ ତାଙ୍କୁ ଫାଇନାଲରେ ଖେଳିବାକୁ ଦିଆଯିବ ନାହିଁ ବୋଲି ଚର୍ଚ୍ଚା ହେଉଛି । ହେଲେ ଧୋନିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ନାହିଁ ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ବାହାରି ନାହିଁ ।

କ’ଣ ଥିଲା ଘଟଣା?
ବାସ୍ତବରେ, ଯେତେବେଳେ ଚେନ୍ନାଇ ସୁପର କିଙ୍ଗ୍ସର ଦଳ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ବୋଲିଂ କରୁଥିଲେ । ଏହି ସମୟରେ ଦ୍ୱିତୀୟ ଓଭର ବୋଲିଂ କରିବାକୁ ଆସିଥିବା ମାଥିଶା ପାଥିରାନାଙ୍କୁ ବୋଲିଂରୁ ଅଟକାଇ ଦିଆଯାଇଥିଲା । କାରଣ ପୂର୍ବରୁ ଏହି ଦ୍ରୁତ ବୋଲର ୯ ମିନିଟର ବିରତି ନେବା ପରେ ପଡ଼ିଆ ବାହାରେ ଥିଲେ । କିନ୍ତୁ ଯେତେବେଳେ ସେ ବୋଲିଂ କରିବାକୁ ଫେରିଥିଲେ । ଅମ୍ପାୟାର ବୋଲିଂ କରିବାକୁ ମନା କରିଦେଇଥିଲେ ।

ଏହା ପରେ ଧୋନି ଅମ୍ପାୟାରଙ୍କ ସହ କଥାବାର୍ତ୍ତା କରିବାକୁ ଯାଇଥିଲେ । ଯେଉଁଥିରେ ଅମ୍ପାୟର କହିଥିଲେ ଯେ ବିରତି ପରେ ପଡ଼ିଆରେ ନିର୍ଦ୍ଧାରିତ ସମୟ ପୂରଣ ହୋଇନାହିଁ । ଏସବୁ ମଧ୍ୟରେ ଖେଳ ୪ ମିନିଟ୍ ପାଇଁ ବନ୍ଦ ହୋଇଥିଲା । ତେବେ ଏହି ଘଟଣାରେ ଧୋନିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । କିନ୍ତୁ ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ଚଳିତ ସିଜନରେ ଧୀମା ଓଭର ହାର ପାଇଁ ଥରେ ଜୋରିମାନା ହେବା ଭଳି ଫାଇନାଲ ଖେଲିବାରୁ ବଞ୍ଚିତ କରାଯିବ ।

୧୦ ଥର ଫାଇନାଲରେ ଏଣ୍ଟ୍ରି କରିଛି CSK:
ଚେନ୍ନାଇ ସୁପର କିଙ୍ଗ୍ସର ଦଳ ଆଇପିଏଲ ଇତିହାସରେ ଦଶମ ଥର ପାଇଁ ଫାଇନାଲ୍ ମ୍ୟାଚ୍ ଖେଳିବ । ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ଗୁଜୁରାଟ ଟାଇଟାନ୍ସକୁ ୧୫ ରନରେ ପରାସ୍ତ କରି ଚେନ୍ନାଇ ଦଳ ଫାଇନାଲରେ ପ୍ରବେଶ କରିଛି । ଚେନ୍ନାଇ ସୁପର କିଙ୍ଗ୍ସ ୪ ଥର ଆଇପିଏଲ୍ ଟାଇଟଲ୍ ଜିତିଛି । ତେବେ ଧୋନିଙ୍କ ଶେଷ ଆଇପିଏଲ୍ ହେବାକୁ ଯାଉଛି ବୋଲି ମଧ୍ୟ କଳ୍ପନାଜଳ୍ପନା କରାଯାଉଛି । କିନ୍ତୁ ସେ ନିଜେ ଏନେଇ କୌଣସି ସ୍ପଷ୍ଟ କରିନାହାଁନ୍ତି ।

   Related Posts