scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଜି ମୋର ଶେଷ ମ୍ୟାଚ୍ ହେବ; ଆଇପିଏଲ୍‌ରୁ ସନ୍ନ୍ୟାସ ଘୋଷଣା କଲେ ଅମ୍ବତି ରାୟୁଡୁ

28/05/2023 at 7:05 PM

ଚେନ୍ନାଇ: ଆଇପିଏଲ୍‌ରୁ ସନ୍ନ୍ୟାସ ଘୋଷଣା କଲେ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟର ଅମ୍ବାତି ରାୟୁଡୁ। ଆଜି ଗୁଜରାଟ ଟାଇଟନ୍ସ ସହିତ ସେ ତାଙ୍କ କ୍ୟରିୟର ଅନ୍ତିମ ମ୍ୟାଚ୍ ଖେଳି ବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାୟୁଡୁ।

ଆଇପିଏଲ୍‌କୁ ସେ ପୂରା ଉପଭୋଗ କରିଛନ୍ତି। ଏଥରେ ସେ ବାସ୍ତବରେ ଅବସର ନେବେ। ପଛରେ ନିଷ୍ପତ୍ତି ବଦଳାଇବେ ନାହିଁ ବୋଲି ରାୟୁଡୁ କହିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି “ ଦୁଇଟି ବଡ଼ ଟିମ୍ ଏମ୍‌ଆଇ ଓ ସିଏସ୍‌କେ, ୨୦୪ ମ୍ୟାଚ୍, ୧୪ ସଂସ୍କରଣ, ୧୧ ପ୍ଲେଅପ୍‌, ୮ ଫାଇନାଲ, ୫ ଟ୍ରଫି। ଆଶା କରୁଛି ଆଜି ଷଷ୍ଠତମ ଟ୍ରିଫି ହେଇପାରେ। ଯଥେଷ୍ଟ ଯାତ୍ରା ହେଇଗଲା। ମୁଁ ନିଷ୍ପତ୍ତି ନେଇଛି ଯେ ଆଜି ରାତିର ଫାଇନାଲ୍‌ ମ୍ୟାଚ୍‌ ମୋ ଆଇପିଏଲ୍‌ ଖେଳର ଶେଷ ମ୍ୟାଚ୍ ହେବ। ଏଭଳି ବଡ଼ ଟୁର୍ଣ୍ଣାମେଣ୍ଟ ଖେଳି ମୁଁ ଉପଭୋଗ କରୁଛି। ଧନ୍ୟବାଦ ଆପଣ ସମସ୍ତଙ୍କୁ। ଏଥର ୟୁ ଟର୍ଣ୍ଣ ନେବିନି।”

Ambati Rayudu picks his favourite franchise between CSK and MI | Cricket  Times

ପଢ଼ନ୍ତୁ- CSK vs GT: ଆଇପିଏଲ୍‌ ଫାଇନାଲ୍‌ରେ ବର୍ଷା ସାଜିଲା ବାଧକ, ଟସ୍ ପଡ଼ିବା ବିଳମ୍ବ

୨୦୧୦ରେ ରାୟୁଡୁ ମୁମ୍ବାଇ ଇଣ୍ଡିଆନ୍ସରୁ ତାଙ୍କ ଆଇପିଏଲ୍ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୩ରେ ସେ ପ୍ରଥମେ ଟ୍ରଫି ଜିତିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସକୁ ଯିବାକୁ ପୂର୍ବରୁ ୨୦୧୫ ଓ ୧୦୧୭ରେ ଦୁଇଟି କପ୍ ଜିତିଥିଲେ। ଏହାପରେ ୨୦୧୮ରେ ସେ ଚେନ୍ନାଇ ସୁପର କିଙ୍ଗ୍ସକୁରେ ଯୋଗ ଦେଇଥିଲେ। ସେହିବର୍ଷ ହିଁ ଚେନ୍ନାଇ କପ୍ ଜିତିଥିଲା। ଏହାପରେ ତାଙ୍କ ଉପସ୍ଥିତିରେ ଚେନ୍ନାଇ ୨୦୨୧ରେ ଆଇପିଏଲ୍ ଟ୍ରଫି ଜିତିଥିଲା।

Mumbai can still make the top-four: Rayudu | Deccan Herald

ଆଇପିଏଲ୍‌ରେ ରାୟୁଡୁ ୪,୩୨୯ ରନ୍ କରିଥିବା ବେଳେ ୨୦୩ ମ୍ୟାଚ୍ ଖେଲଇଛନ୍ତି। ୨୮.୨୯ ଏଭେରେଜ୍‌ ଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ୧୨୭.୨୯ ରହିଛି। ଆଇପିଏଲ୍‌ରେ ସେ ୨୨ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ମାରିଛନ୍ତି। ଚଳିତ ସଂସ୍କରଣରେ ରାୟୁଡୁ ସବୁଠାରୁ ଖରାପ ପ୍ରଦର୍ଶନ କରିଛନ୍ତି। ୧୫ ଟି ମ୍ୟାଚ୍ ଖେଳି ସେ ୧୩୨.୨୮ ଷ୍ଟ୍ରାଇକ୍‌ ରେଟ୍‌ରେ ମାତ୍ର ୧୩୯ ରନ୍ କରିବାରେ ସକ୍ଷମ ହୋଇଛନ୍ତି।

ପଢ଼ନ୍ତୁ- ଆଇପିଏଲ ୨୦୨୩; ୫ ଖେଳାଳି ଦେବେ ଫାଇନାଲ ପଞ୍ଚ, ଦୁଇ ବୋଲର ସିକନ୍ଦର, ଗିଲ୍‌ଙ୍କ ଉପରେ ସମସ୍ତଙ୍କ ନଜର

IPL's invaluable asset: 5-time winner Ambati Rayudu

ତେବେ ୨୦୧୮ ତାଙ୍କ ପାଇଁ ଭଲ ଥିଲା। ଏହି ବର୍ଷ ସେ ୧୬ ମ୍ୟାଚ୍ ଖେଳି ୬୦୨ ରନ୍ କରିଥିଲେ। ୪୩ ଏଭେରେଜ ସହ ତାଙ୍କର ଷ୍ଟ୍ରାଇକ୍ ରେଟ୍‌ ୧୪୯.୭୫ ଥିଲା। ଆଇପିଏଲ୍‌ ୨୦୨୩ ସଂସ୍କରଣରେ ରାୟୁଡୁ ଗୁଜରାଟ ଟାଇଟନ୍ସ ସହ ଫାଇନାଲ୍ ମ୍ୟାଚ୍ ଖେଳିବ। ଆଜି ତାଙ୍କର ଶେଷ ମ୍ୟାଚ୍ ହେବ। ଆଜି ତାଙ୍କର ଷଷ୍ଠ କପ୍ ଜିତିବାର ସୁଯୋଗ ଅଛି।   

   Related Posts