Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମଧ୍ୟରାତିରେ ଚାଲିଲା ଜାଡେଜା ଜାଦୁ, ପଞ୍ଚମ ଥର ପାଇଁ ଚାମ୍ପିଅନ ସିଏସକେ ; ଟାଇଟନ୍ସର ଟାଇଟଲ ଆଶା ଧୂଳିସାତ୍

30/05/2023 at 2:29 PM

ଅହମ୍ମଦାବାଦ: ସାଇନିଂ ସିଏସକେ, ଚେନ୍ନାଇ ଚାମ୍ପିଅନ । ସୁପର କିଙ୍ଗସର ସୁପର ଶୋ’ । ପଞ୍ଚମ ଥର ଆଇପିଏଲ ଟ୍ରଫି ବିଜେତା । ମଧ୍ୟରାତିରେ ଚାଲିଲା ଜାଡେଜା ଜାଦୁ। ଟାଇଟନ୍ସ ଟାଇଟଲ ଆଶା ଧୂଳିସାତ୍ । ଫାଇନାଲରେ ବିଶାଳ ସ୍କୋର, ବିଳମ୍ବିତ ରାତି, ବର୍ଷା ବାଧକ । ତଥାପି ସବୁ ପ୍ରତିକୂଳ ପରିସ୍ଥିତିକୁ ଭେଦ କରି ଦେଇଛି ଚେନ୍ନାଇ ସୁପର କିଙ୍ଗସ୍ । ଆଉ ଶେଷ ଦୁଇଟି ବଲରେ ପ୍ରଥମେ ଛକା ପରେ ଚୌକା ମାରି ଆଇପିଏଲ ଇତିହାସରେ ସ୍ବର୍ଣ୍ଣିମ ଫର୍ଦ୍ଦକୁ ଯୋଡ଼ି ଦେଇଛନ୍ତି । ଗୁଜରାଟ ଟାଇଟନ୍ସର ଟାଇଟଲ ସ୍ବପ୍ନକୁ ଭାଙ୍ଗି ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ସିଏସକେ ପଞ୍ଚମ ଥର ପାଇଁ ଟାଇଟଲ ବିଜେତା ହୋଇଛି ।

ଶେଷ ଦୁଇଟି ବଲରେ ସାର୍ ରବିନ୍ଦ୍ର ଜାଡ଼େଜା ଛକା ଓ ଚୌକା ମାରି ନିଜ ଷ୍ଟାଇଲ୍ ରେ ମ୍ୟାଚକୁ ଫିନିସ୍ କରିଥିଲେ। ଚେନ୍ନାଇର ବିଜୟ ପରେ ଆତ୍ମବିଭୋର ହୋଇଛନ୍ତି ପ୍ରସଂଶକ । ପୋଷ୍ଟ ମ୍ୟାଚ୍ ସେଲିବ୍ରେସନ ବେଳେ ଅହମ୍ମଦାବାଦର ବିଶାଳ ନରେନ୍ଦ୍ର ମୋଦି ଷ୍ଟାଡିୟମ ସିଏସକେ ସିଏସକେରେ ଗୁଞ୍ଜରିତ ହୋଇଥିଲା । ମହୀ- ଆଣ୍ଡ-କୋ କମ୍ପାନୀ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟନ୍ସକୁ ୫ ଓ୍ବିକେଟ୍ ପରାସ୍ତ କରି ନିଜ ନାଁରେ ନୂଆ ରେକର୍ଡ କରିଦେଇଛନ୍ତି । ଆଉ ଆଇପିଏଲରେ ଶ୍ରେଷ୍ଠ ଦଳର ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛନ୍ତି ।

ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ୪ ଓ୍ବିକେଟ୍ ହରାଇ ଚେନ୍ନାଇ ସୁପର କିଙ୍ଗସ ସମ୍ନାରେ ୨୧୪ ରନର ପାହାଡ଼ ଛିଡ଼ା କରିଥିଲା । ବର୍ଷା ବାଧକ ଓ ଦୁଇ ଘଣ୍ଟା ବିଳମ୍ବ ସତ୍ତ୍ବେ ବିଶାଳ ଲକ୍ଷ୍ୟକୁ ପିଛା କରିଥିଲା ସୁପର କିଙ୍ଗସ୍ । ଡକଓ୍ବଥ ଲୁଇସ୍ ନିୟମରେ ଚେନ୍ନାଇକୁ ୧୫ ଓଭରରେ ୧୭୧ର ଟାର୍ଗେଟ୍ ମିଳିଥିଲା । ଆରମ୍ଭରୁ ସ୍ପିଡ୍ ଧରିଥିଲା ଚେନ୍ନାଇ ଏକ୍ସପ୍ରେସ୍ । ରୁତୁରାଜ ଗାଏକ୍ବାଡ ଓ ଡେଭିଡ୍ କନଓ୍ବେଙ୍କ ଓପନିଂ ପାର୍ଟନରସିପ୍ ବଡ଼ ଟାର୍ଗେଟର ମୂଳଦୁଆ ପକାଇଦେଇଥିଲେ । ହେଲେ ନୁର୍ ଅହମ୍ମଦ ଗୋଟିଏ ଓଭରରେ ଦୁଇଟି ଓ୍ବିକେଟ୍ ଅକ୍ତିଆର କରି ଚେନ୍ନାଇ ସ୍ପିଡରେ ବ୍ରେକ୍ ଦେଇଥିଲେ । ପରେ ଆରମ୍ଭ ହୋଇଥିଲା ଅସଲ କ୍ଲାଇମାକ୍ସ । ରନ୍ ଗତି ସାମାନ୍ୟ ଧିମା ହୋଇଥିଲେ ମଧ୍ୟ ରାହେଣ, ରାୟୁଡୁ ଓ ଦୁବେ ଧୁଆଁଧାର ଇନିସିଂ ଖେଳରେ ରୋମାଞ୍ଚ ଭରି ଦେଇଥିଲେ । ଆଉ ଶେଷ ଓଭରର ଶେଷ ଦୁଇଟି ବଲରେ ଗୋଟିଏ ଛକା ଓ ଚୌକା ମାରି ଚେନ୍ନାଇର ବିଜୟ ବାନା ଉଡ଼ାଇ ଦେଇଥିଲେ ରବିନ୍ଦ୍ର ଜାଡେଜା ।

ଗୁଜରାଟ ଟାଇଟନ୍ସର ଦ୍ବିତୀୟ ଥର ଟାଇଟଲ୍ସ ସ୍ବପ୍ନ ଭାଙ୍ଗି ଯାଇଛି । ରିଦ୍ଦିମାନ ସାହା, ସୁବମନ୍ ଗିଲ୍ ଓ ସାଇ ସୁଦର୍ଶନଙ୍କ ଲଢୁଆ ଇନିଂସ ଫିକା ପଡ଼ିଯାଇଛି । ଚେନ୍ନାଇ ଠାରୁ ପରାସ୍ତ ହୋଇଛି ଗୁଜରାଟ ଟାଇଟନ୍ସ । ଆଇପିଏଲ୍ ଫାଇନାଲ ମ୍ୟାଚରେ ଡେଭିଡ୍ କନଓ୍ବେ ପ୍ଲେୟାର ଅପ୍ ଦି ମ୍ୟାଚ ହୋଇଥିବା ବେଳେ ପ୍ଲେୟାର ଅଫ୍ ଦି ସିରିଜ୍ ହୋଇଛନ୍ତି ସୁବମନ ଗିଲ୍ । ଅନ୍ୟପଟେ ଗିଲ୍ ସର୍ବାଧିକ ୮୯୦ ରନ ସଂଗ୍ରହ କରି ଅରେଞ୍ଜ କ୍ୟାପ୍ ହୋଲ୍ଡର ହୋଇଛନ୍ତି । ସେହିପରି ୨୮ ଓ୍ବିକେଟ୍ ଅକ୍ତିଆର କରି ମହମ୍ମଦ ସାମି ପର୍ପଲ କ୍ୟାପ୍ ବିଜେତା ହୋଇଛନ୍ତି ।

ଆଇପିଏଲରେ ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ମାହୀଙ୍କ ନେତୃତ୍ବାଧିନ ସିଏସକେ ପଞ୍ଚମ ଥର ପାଇଁ ଟାଇଟଲ ବିଜୟୀ ହୋଇଛି । ମୁମ୍ବାଇର ସମକକ୍ଷ ହୋଇଛି ଚେନ୍ନାଇ ସୁପର କିଙ୍ଗସ । ସୋମବାର ଫାଇନାଲରେ ଆଉ ଏକ ମାଇ ଖୁଣ୍ଟ ଅତିକ୍ରମ କରିଛନ୍ତି ଏମଏସ୍ । ପ୍ରଥମ ଖେଳାଳି ଭାବେ ୨୫୦ ମ୍ୟାଚ୍ ଖେଳିଛନ୍ତି । ସେହିପରି ସର୍ବାଧିକ ୨୨୬ଟି ମ୍ୟାଚରେ ନେତୃତ୍ବ ନେଇଛନ୍ତି । ତାଙ୍କ ପଛକୁ ଅଛନ୍ତି ରୋହିତ୍ ଶର୍ମା । ଚଳିତ ଆଇପିଏଲରେ ଧୁଆଁଧାର ପାଳି ଖେଳିଛନ୍ତି ଧୋନି । 

   Related Posts