ଭିସୁଟ୍‌ର ବିକାଶ ପାଇଁ ହଜାରେ କୋଟି, କ୍ୟାମ୍ପସ ସଂପ୍ରସାରଣ ପାଇଁ ଜମି ଦେବେ ସରକାର-ମୁଖ୍ୟ ଶାସନ ସଚିବ

Published By : Prameya-News7 Bureau | August 25, 2022 IST

ସମ୍ବଲପୁର ୨୫।୦୮: ଭିସୁଟ୍‌ର ବିକାଶ ପାଇଁ ହଜାରେ କୋଟି । ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଭିସୁଟକୁ ଦିଆଯିବ ଏକ ହଜାର କୋଟି । ଖୁବ ମାଷ୍ଟର ପ୍ଲାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି ।

ସେହିପରି ଆଗାମୀ ଦିନରେ ଭିସୁଟ୍‌କୁ ସେଣ୍ଟର ଅଫ ଏକ୍ସିଲେନ୍ସରେ ପରିଣତ କରାଯିବ । ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୦୦୦ ରୁ ୧୦୦୦୦ କୁ ବୃଦ୍ଧି ପାଇଁ ଯୋଜନା କରାଯାଉଛି । ତେବେ କ୍ୟାମ୍ପସ ସଂପ୍ରସାରଣ ପାଇଁ ଆହୁରୀ ୮୦ ଏକର ଜମି ଭିସୁଟକୁ ମିଳିବ ଓ ସ୍ଥାୟୀ ପଟ୍ଟା ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମଲେଇ ମନ୍ଦିରର ଖୁବ ଶୀଘ୍ର ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହେବ । ଉଚ୍ଛେଦ ହେଉଥିବା ଆଉ କିଛି ଘର ସ୍ଥାନାନ୍ତର ବାକି ରହିଛି । ଏହା ମଧ୍ୟ ଜଲଦି ସରିଯିବ । ସେହିପରି ହୀରାକୁଦ ବନ୍ଧରେ ଫାଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ, ସର୍ଭେ ଏକ ରୁଟିନ ପ୍ରକ୍ରିୟା । ଡ୍ୟାମ ସୁରକ୍ଷା ବିଭାଗ ଏହାର ତଦାରଖ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.